You are currently viewing ଜାଣନ୍ତୁ ତାଳି ମାରିବା ପଛର ବିଶେଷ କାରଣ

ଜାଣନ୍ତୁ ତାଳି ମାରିବା ପଛର ବିଶେଷ କାରଣ

ତାଳି ଯାହାକୁ ମାରିବା ପଛରେ ରହିଛି ବିଶେଷ କାରଣ। ଘର ହେଉ ଅବା ମନ୍ଦିର ସାଧାରଣତଃ ଆମେ ଭଗବାନଙ୍କ ପୂଜା କରିବା ସମୟରେ ଦୁଇ ହାତରେ ତାଳି ମାରି ପୂଜା କରିଥାଉ। ଭଜନ ଗାଇଥାଉ। ଭଜନ ଗାଇବା ସମୟରେ ଆମେ ଦୁଇ ହାତରେ ତାଳି ମାରିଥାଉ। ସବୁଠୁ ବଡ଼ କଥା ହେଉଛି କିଛି ଜଣ ତ ଏହା ସମ୍ପର୍କରେ ନଜାଣି ଅନ୍ୟଙ୍କୁ ଦେଖି ତାଳି ମାରିବାକୁ ଲାଗିଯାନ୍ତି। ପଲାମାନେ ନିଜ ଗୁରୁଜନଙ୍କୁ ଦେଖି ତାଳି ମାରିଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି କି ଭଜନ କୀର୍ତ୍ତନ କରିବା ସମୟରେ ତାଳି କଣ ପାଇଁ ବଜାନ୍ତି? ଆଜି ଆମେ ଆପଣଙ୍କୁ ବୈଜ୍ଞାନିକ ଓ ଆଧ୍ୟାତ୍ମିକ କାରଣ ସମ୍ପର୍କରେ କହିବୁ ଯେ ଏମିତି କଣ ପାଇଁ କରାଯାଏ.. ତାଳି ଏକ ପ୍ରକାରର ଯୋଗ। ଆଜ୍ଞା ହଁ, ତାଳିକୁ ଦୁନିଆର ସର୍ବୋତ୍ତମ ଓ ସରଳ ଯୋଗ କୁହାଯାଏ। ଯଦି ପ୍ରତିଦିନ ଏହାକୁ ନିୟମିତ ରୂପେ ବଜାଯାଏ ତେବେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯାଏ। ପ୍ରତିଦିନ ଯଦି ୨ ମିନିଟ ତାଳି ବଜାନ୍ତି ତେବେ ଅନ୍ୟ କିଛି କରିବାର ଆବଶ୍ୟକତା ନାହିଁ। ଏହାକୁ ନେଇ ଆଧ୍ୟାତ୍ମିକ କାରଣ ରହିଛି। ଦୁଇ ହାତରେ ତାଳି ମାରିବା ମାନେ ଆମେ ମୋହ ମାୟାକୁ ତ୍ୟାଗ କରି ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରିବା। ଧର୍ମଦ୍ୱାରରେ ନିଜର ସବୁ ଭୁଲର କ୍ଷମା ମାଗି ଭଗବାନଙ୍କୁ ଭଲ ମନରେ ଡାକିବା। ଏମିିତିବି କୁହାଯାଏ ଏସବୁ ରେ ସଂକିର୍ତ୍ତନ ରହିଛି ଏସବୁରୁ ସବୁ ଠୁ ଉର୍ଦ୍ଧ୍ୱରେ । ସଂକୀର୍ତ୍ତନ ସମୟରେ ଆମେ ହାତ ଉପରକୁ ଉଠାଇ ତାଳି ବଜାଉଥାଉ। ଏଥିରେ ବହୁତ ଶକ୍ତି ରହିଛି।

ସଂକୀର୍ତ୍ତନରେ ଆମ ହାତ ରେଖା ମଧ୍ୟ ବଦଳିଯାଏ। ହିନ୍ଦୁ ମାନଙ୍କର ପବିତ୍ର ଗ୍ରନ୍ଥରେ ରାମଚରିତ ମାନସରେ ତୁଳସୀଦାସ ଏହା ସମ୍ପର୍କରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ବୈଜ୍ଞାନକି କାରଣ ଦୃଷ୍ଟିରୁ ତାଳି ବଜାଇବା ଦ୍ୱାରା ଆମ ଶରୀରରୁ ଅନେକ ରୋଗ ଦୂର ହୁଏ। ଆକ୍ୟୁପ୍ରେସର କଥା ଧ୍ୟାନ ଦେଲେ ମୁନଷ୍ୟର ହାତରେ ପୁରା ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଶିରା ଧମନୀ ଏହା ସହିତ ଯୋଡ଼ି ହୋଇ ରହିଛି। ତେଣୁ ଏହାକୁ ଠିକ ଭାବେ ପ୍ରେସର ପକାଇଲେ ଅଙ୍ଗ ସହ ରକ୍ତରେ ମଧ୍ୟ ଠିକ ଭାବେ ଅମ୍ଳଜାନ ପ୍ରବାହିତ ହୋଇଥାଏ।ତେବେ ଏହା ମୁଖ୍ୟତଃ ଦୁଇପ୍ରକାରର:
ଥପ୍ପି ତାଳି:
ତାଳିରେ ଦୁଇ ହାତର ଆଙ୍ଗୁଠି କୁ ପରସ୍ପର ସହିିତ ସ୍ପର୍ଶ କରାଇ ବଜାଇଲେ ଶରୀରର ପ୍ରତ୍ୟେକ ଅଙ୍ଗ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଆକ୍ୟୁପ୍ରେସର ହିସାବରେ ଏହାକୁ ସେତେବେଳ ପର୍ଯ୍ୟନ୍ତ ବଜାଇବା ଉଚିତ ଯେତେଯାଏଁ ହାତ ନାଲି ପଡ଼ିନି। ଏଥିରେ ମାନସିକ ଅବସାଦ ଦୂର ହେବା ସହିତ ଦୃଷ୍ଟି ଶକ୍ତି ବଢ଼ାଇଥାଏ।

ଗ୍ରିପ ତାଳି:
ଏହି ତାଳିରେ ଦୁଇ ହାତକୁ କେବଳ ସ୍ପର୍ଶ କରାଯାଏ। ଏହା ଶରୀରରେ ଉତ୍ତେଜନା ବଢ଼ାଇବାର କାମ କରେ।ତେବେ ଉଭୟ ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ତାଳି ବଜାଇବା ସବୁଠୁ ଉତ୍ତମ ହୋଇଥାଏ। ଯଦି ଆପଣ ବି ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି ତେବେ ପ୍ରତିଦିନ ଭଗବାନଙ୍କୁ ପୂଜା କରିବା ସମୟରେ ଦୁଇ ହାତରେ ତାଳି ମାରନ୍ତୁ। ଏମିତି ଆପଣଙ୍କ ମନ ଓ ଶରୀର ଉଭୟ ସୁସ୍ଥ ରହିବ।

ଅନ୍ୟମାନଙ୍କୁ ଜଣାନ୍ତୁ।