You are currently viewing ଜାଣନ୍ତୁ କେଉଁ ଉପାୟ କଲେ ଶନିଙ୍କର ପଡିବ ଶୁଭ ଦୃଷ୍ଟି

ଜାଣନ୍ତୁ କେଉଁ ଉପାୟ କଲେ ଶନିଙ୍କର ପଡିବ ଶୁଭ ଦୃଷ୍ଟି

କୁଣ୍ଡଳୀରେ ଶନିଙ୍କର ଖରାପ ସ୍ଥିତି ପାଇଁ ବ୍ୟକ୍ତିର ଖରାପ ସମୟ ଆରମ୍ଭ ହୋଇଯାଏ। ସବୁ ପ୍ରକାର କ୍ଷେତ୍ରରେ ଅସଫଳ ହେବା ସହ ଶୁଭ ଫଳ ମିଳିନଥାଏ। ଏମିତିରେ ଆର୍ଥିକ ସମସ୍ୟା ମଧ୍ୟ ଦେଖାଯାଏ। ଶୁଭ ଫଳ ପାଇବା ପାଇଁ ଶନିବାର ଦିନ କିଛି ବିଶେଷ ଉପାୟ କରନ୍ତୁ। ଯାହା କାରଣରୁୂ ଆପଣଙ୍କ ଉପରେ ଶନିଦେବ ପ୍ରସନ୍ନ ହେବେ। ଏହି ଉପାୟ କଲେ ହେବ ଧନ ବର୍ଷା।ଶନିରେ ସମ୍ବନ୍ଧୀତ ଉପାୟ ବିଶେଷ ରୂପରେ ଶନିବାର ଦିନ କରାଯାଏ। ସେହିପରି ଶନିଙ୍କ ଉପାୟକୁ କରିବା ଦ୍ୱାରା ଭାଗ୍ୟ ମଧ୍ୟ ଚମକିଥାଏ। ତେବେ ଆସନ୍ତୁ ଜାଣିବା ଶନିବାର ଦିନ କରାଯାଉଥିବା ଏହି ବିଶେଷ ଉପାୟ ବିଷୟରେ।

ଏମିତିରେ ଆପଣ ନିଜ ଆତ୍ମ ବିଶ୍ୱାସ ବଢ଼ାଇବା ପାଇଁ ଧଳା ମୋତିର ଧାରଣ କରିପାରିବେ।
ଜୀବନରେ ଉନ୍ନତି ହେବା ପାଇଁ ଧଳା ରଙ୍ଗର ଫୁଲ ଗଛରେ ପାଣି ଦିଅନ୍ତୁ। ଏହାସହ କର୍ପୂରକୁ ମନ୍ଦିରରେ ଦାନ କରନ୍ତୁ।
ନିଜ ଜିବନ ସାଥି ପାଇଁ ଆଜି ଆପଣ ଚାନ୍ଦି ଜିନିଷ କିଣି ଦେଇପାରିବେ। ପ୍ରଥମେ ଏହାକୁ ମନ୍ଦିରରେ ପୂଜା କରିବା ପରେ ଏହାକୁ ବ୍ୟବହାର କରନ୍ତୁ।

ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଏହିଦିନ ଚାଉଳ ଓ ମିଶ୍ରିକୁ ଧଳା କପଡାରେ ବାନ୍ଧି କୌଣସି ମନ୍ଦିରରେ ଦାନ କରନ୍ତୁ।
ମନେରଖନ୍ତୁ ନିଜ ଆର୍ଥକ ସ୍ଥିତିକୁ ଦୃଢ଼ କରିବା ପାଇଁ ୧୦୮ ଥର ଚନ୍ଦ୍ରଦେବଙ୍କ ବୀଜ ମନ୍ତ୍ରକୁ ଜପ କରନ୍ତୁ।

ଶନିବାର ଦିନ କଳା କୁକୁର ଏବଂ କଳା ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ଏହା ସହ କଳା ରଙ୍ଗର ପକ୍ଷୀଙ୍କୁ ଦାନା ଖୁଆନ୍ତୁ, ଏହାଦ୍ୱାରା ଜୀବନରେ ଆସୁଥିବା ବାଧା ଦୂର ହୋଇପାରିବ।

ଶନିବାର ଦିନ ତେଲରେ ପ୍ରସ୍ତୁତ ପଦାର୍ଥ ଭିକାରୀଙ୍କୁ ଖୁଆଇବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି।

ଲାଲ ରେସମୀ ସୂତା ନିଅନ୍ତୁ ଏବଂ ତାକୁ ନିଜ ଉଚ୍ଚତା ବରାବର କାଟି ଦିଅନ୍ତୁ। ଏହାକୁ ଧୋଇ ଆମ୍ବ ପତ୍ରରେ ଗୋଡାଇ ଦିଅନ୍ତୁ। ଏହାପରେ ଓମ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଏବଂ ସଫା ନଦୀରେ ପାଣିରେ ଏହାକୁ ପ୍ରବାହିତ କରିଦିଅନ୍ତୁ।

ବିରି ଡାଲିକୁ ଚାରୋଟି ବଡ ଶନିବାର ଦିନ ମୁଣ୍ଡ ଉପରେ ବୁଲାଇ କୁଆକୁ ଖୁଆଇ ଦିଅନ୍ତୁ।

କଳା ଘୋଡର ପଛ ଏବଂ ଡାହାଣ ଗୋଡର ନାଲ ନେଇ ଶନିବାର ଦିନ ନିଜ ଘରର ପ୍ରବେଶ ଦ୍ୱାରରେ ୟୁ ଆକାରରେ ଲଗାଇ ଦିଅନ୍ତୁ।

ଶନିବାର ଦିନ ସନ୍ଧ୍ୟାବେଳେ ପିମ୍ପୁଡିଙ୍କୁ ଅଟା ଖାଇବାକୁ ଦିଅନ୍ତୁ। ଏବଂ ମାଛକୁ ଦାନା ଖୁଆନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ନିଶ୍ଚୟ ଖୋଲିଯିବ।

କଳା ଜିନିଷ ଯେମିତିକି ବିରି ଡାଲି, କଳା କପଡା, କଳା ରାଶି ଏବଂ କଳା ଚଣାକୁ କୌଣସି ଗରିବ ଲୋକଙ୍କୁ ଶନିବର ଦିନ ସନ୍ଧ୍ୟାରେ ଦାନ କରିଦିଅନ୍ତୁ। ଏମିତି କରିବା ପରେ ଆପଣଙ୍କ ଘର ପରିବାର ଏବଂ ଆପଣଙ୍କ ଉପରେ ଶନିଦେବଙ୍କ କୃପା ସର୍ବଦା ରହିଥାଏ।

ଶନିବାର ଦିନ ଯଦି ଆପଣ ହନୁମାନ ଚାଳିସାର ୧୧ଥର ପାଠ କରିବେ ତାହେଲେ ଆପଣଙ୍କୁ ବହୁତ ବହୁତ ଲାଭ ମିଳିବ।

ପ୍ରତ୍ୟେକ ଶନିବାର ଦିନ ଆପଣ ଶନିଦେବଙ୍କୁ ତେଲ ଚଢ଼ାନ୍ତୁ।

ନିଜ ପିନ୍ଧା ଚପଲର ଗୋଟେ ଯୋଡା ଶନିବାର ଦିନ କୌଣସି ଗରିବଙ୍କୁ ଦାନ କରିଦିଅନ୍ତୁ।

ଅନ୍ୟମାନଙ୍କୁ ଜଣାନ୍ତୁ।