You are currently viewing ଜାଣନ୍ତୁ ଚନ୍ଦ୍ରଗ୍ରହଣ  କରିବାର ଉପାୟ

ଜାଣନ୍ତୁ ଚନ୍ଦ୍ରଗ୍ରହଣ କରିବାର ଉପାୟ

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ’ ୧୬ରେ ଲାଗିବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ ଏବଂ ଏହାର ସୂତକ କାଳ ମାନ୍ୟ ହେବନାହିଁ । ସୂତକ କାଳରେ କୌଣସି କାମ କରିବାକୁ ବାରଣ କରାଯାଇଥାଏ । ନଚେତ ଗ୍ରହଣର ନକାରାତ୍ମକ ପ୍ରଭାବ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । କିନ୍ତୁ ଚନ୍ଦ୍ରଗ୍ରହଣରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଭଲ ମୌକା ମଧ୍ୟ ରହିଛି । ଯଦି ଏହି ଦିନ କିଛି ଖାସ୍ ଉପାୟ କରାଯାଏ ତେବେ ଟଙ୍କାପଇସା ସହ ଜଡିତ ସମସ୍ତ ସମସ୍ୟା ଶେଷ ହୋଇପାରେ ।

ଚନ୍ଦ୍ରଗ୍ରହଣ ଲାଗିବା ପୂର୍ବରୁ ସ୍ନାନ କରି ହଳଦିଆ ବସ୍ତ୍ର ପିନ୍ଧନ୍ତୁ । ଏହାପରେ ଉତ୍ତର ଦିଗ ଆଡକୁ ମୁହଁ କରି ବସନ୍ତୁ । ଏକ ଥାଳିରେ କେସରରେ ସ୍ବସ୍ତିକ କିମ୍ବା ଓଁ ତିଆରି କରି ତାକୁ ଚୌକି ଉପରେ ରଖନ୍ତୁ । ଏହା ଉପରେ ମହାଲକ୍ଷ୍ମୀ ଯନ୍ତ୍ର ସ୍ଥାପନ କରନ୍ତୁ ।

ଏହାପରେ ଅନ୍ୟ ଏକ ଥାଳିରେ ଶଙ୍ଖ ସ୍ଥାପନ କରନ୍ତୁ । ଶଙ୍ଖରେ କେସର ମିଶ୍ରିତ ମୁଠାଏ ଚାଉଳ ରଖନ୍ତୁ । ଏକ ଘିଅ ଦୀପ ଜାଳନ୍ତୁ ଏବଂ ସ୍ଫଟିକ ମାଳାରେ ‘ସିଦ୍ଧି ବୁଦ୍ଧି ପ୍ରଦେ ଦେବୀ ଭୁକ୍ତି ମୁକ୍ତି ପ୍ରଦାୟିନୀ, ମନ୍ତ୍ର ପୁତେ ସଦା ଦେବୀ ମହାଲକ୍ଷ୍ମୀ ନମୋସ୍ତୁତେ’ ମନ୍ତ୍ର ଜପ କରନ୍ତୁ । ଚନ୍ଦ୍ରଗ୍ରହଣ ଯେତେବେଳେ ସମାପ୍ତ ହୋଇଯିବ ଏ ସମସ୍ତ ସାମଗ୍ରୀକୁ ନଦୀ କିମ୍ବା ପୋଖରୀ କିମ୍ବା ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହି ଉପାୟ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାଏ ଏବଂ ଧନ ପ୍ରାପ୍ତି କରାଇଥାଏ ।

ମେ’ ୧୬ରେ ଚନ୍ଦ୍ରଗ୍ରହଣ ଭାରତରେ ସକାଳ ୮ଟା ୫୯ ମିନିଟ୍‌ରୁ ୧୦ଟା ୨୩ମିନିଟ୍ ଯାଏଁ ରହିବ । ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅଟେ । ମାତ୍ର ଏହା ଭାରତରେ ଦେଖାଯିବ ନାହିଁ । ଏଥିପାଇଁ ଏହାର ସୂତକ କାଳ ମନାଯିବନାହିଁ । ଏହି ଚନ୍ଦ୍ରଗ୍ରହଣ ୟୁରୋପ ଏବଂ ଆଫ୍ରିକାର କିଛି ଅଂଶ ବ୍ୟତୀତ ଦକ୍ଷିଣ ଆମେରିକା ଏବଂ ଉତ୍ତର ଆମେରିକାର ପୂର୍ବ ଅଂଶରେ ଦେଖାଯିବ । ଏହାପରେ ଆସନ୍ତା ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ଲାଗିବ

ଅନ୍ୟମାନଙ୍କୁ ଜଣାନ୍ତୁ।