You are currently viewing କୋପ କରନ୍ତି ମା’ ଲକ୍ଷ୍ମୀ

କୋପ କରନ୍ତି ମା’ ଲକ୍ଷ୍ମୀ

ଆମର ଶାସ୍ତ୍ରରେ ସଫା ଉପରେ ଗୁରୁତ୍ୱ ଦିଆଯାଇଛି । ହେଲେ ମନ୍ଦିର ଓ ପୂଜା ଘରର ସଫା ପାଇଁ କିଛି ନିୟମ ରହିଛି । କୁହାଯାଏ ମନ୍ଦିର ସଫା ନ ରହିଲେ ଦେବତା ରୁହନ୍ତି ନାହିଁ । ତେବେ ରାତିରେ ମନ୍ଦିର ସଫା ପାଇଁ ବାରଣ ରହିଛି । ଏହି ନିୟମ ପାଳନ ନ କଲେ ଘରେ ଅସୁବିଧା ହୋଇଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ନିୟମ ।

ରାଗିଥାନ୍ତି ମା’ ଲକ୍ଷ୍ମୀ ରାତିରେ ଘରର କୌଣସି ସ୍ଥାନ ସଫା କରିବା କଥା ନୁହେଁ । ଏମିତି କରିବା ଦ୍ୱାରା ମା’ଲକ୍ଷ୍ମୀ ରାଗି ଯାଇଥାନ୍ତି । ସେହି ସ୍ଥାନ ଛାଡି କରି ଚାଲିଯାଇଥାନ୍ତି । ଏହି କଥା ମନ୍ଦିର ଉପରେ ମଧ୍ୟ ଲାଗୁ ହୋଇଥାଏ । ତେଣୁ ରାତିରେ ମନ୍ଦିର ସଫା ପାଇଁ ବାରଣ କରାଯାଇଥାଏ ।

ରାତିରେ ଆରାମ କରିଥାନ୍ତି ଭଗବାନ ମାନ୍ୟତା ରହିଛି ଯେ ସନ୍ଧ୍ୟା ଆରତୀ ପରେ ଭଗବାନଙ୍କ ଶୟନ ସମୟ ହୋଇଯାଇଥାଏ । ଏହି ସମୟରେ ମନ୍ଦିର ସଫା କଲେ ଭଗବାନଙ୍କ ନିଦ୍ରାରେ ବାଧା ସୃଷ୍ଟି ହୋଇଥାଏ । ଏଥିପାଇଁ ସନ୍ଧ୍ୟା ସମୟ ପରେ ମନ୍ଦିର ସଫା କରିବା ଉଚିତ୍‌ ନୁହେଁ । ଭଗବାନଙ୍କ ଶୋଇବାରେ ବିଘ୍ନ ହେଲେ ଭଗବାନଙ୍କୁ ଅପମାନ ହୋଇଥାଏ । ଫଳରେ ସମୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ ।

ଦୀପ ଜାଳିବା ସମୟରେ ମଧ୍ୟ ସଫା କରା ଯାଏ ନାହିଁ ମନ୍ଦିରରେ ସନ୍ଧ୍ୟାରେ ଦୀପ ଦିଆଯାଇଥାଏ । ଏହାଦ୍ୱାରା ଘରେ ସମୃଦ୍ଧି ଓ ସମ୍ପନ୍ନତା ଆସିଥାଏ । ଏ ସମୟରେ ସଫା କଲେ ଦୀପ ଲିଭିଯାଇଥାଏ ଓ ସମୃଦ୍ଧିରେ ବାଧା ଆସିଥାଏ ।

ରାତିରେ ଅଶୁଦ୍ଧ ରହିଥାଏ ମନ ଓ ଶରୀର ମନାଯାଏ ରାତିରେ ମନ ଓ ଶରୀର ଅଶୁଦ୍ଧ ରହିଥାଏ । କେବେ କେବେ ସଫା ବସ୍ତ୍ର ନ ପିନ୍ଧି ମଧ୍ୟ ମନ୍ଦିର ସଫା କରାଯାଇଥାଏ । ଫଳରେ ଅପବିତ୍ର କାରଣରୁ ଘରେ ଶାନ୍ତି ନଷ୍ଟ ହୋଇଥାଏ । ତେଣୁ ସ୍ନାନ ସାରି ସଫା ବସ୍ତ୍ର ପିନ୍ଧି ମନ୍ଦିର ସଫା କରାଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।