You are currently viewing ମୃତ ପରେ ବି ହେଉଛି ବିବାହ

ମୃତ ପରେ ବି ହେଉଛି ବିବାହ

ଭାରତ ହେଉଛି ବିବିଧତାର ଦେଶ। ଏଠାରେ ଆପଣ ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ପ୍ରକାରର ବିଶ୍ୱାସ, ରୀତିନୀତି ପାଇବେ, ଯାହାକୁ ଲୋକମାନେ ଶତାବ୍ଦୀ ଧରି ଅନୁସରଣ କରିଆସୁଛନ୍ତି। ଆଜିର ସମୟରେ ଲୋକମାନେ ଅନେକ ଆଧୁନିକ ହୋଇଯାଉଛନ୍ତି ଏବଂ ଆମର ପରମ୍ପରା ମାର୍ଗ ଭୁଲିଯାଆନ୍ତି, ସେତେବେଳେ ସେମାନେ ହୁଏତ ଏହି ରୀତିନୀତିକୁ ଅଦ୍ଭୁତ ମନେ କରିପାରନ୍ତି, କିନ୍ତୁ ଯେଉଁମାନେ ଏହି ରୀତିନୀତିକୁ ବିଶ୍ୱାସ କରନ୍ତି ତଥାପି ସେମାନେ ହୃଦୟରୁ ଅନୁସରଣ କରନ୍ତି। ଏପରି ଏକ ପ୍ରଥା କର୍ଣ୍ଣାଟକରେ ଘଟିଥାଏ ଯେଉଁଠାରେ ମୃତ ପରେ ବି ବିବାହ କରାଯାଇଛି। ଅଜବ ଲାଗୁଥିଲେ ବି କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ । ଏହା କୌଣସି ସାଧାରଣ ବିବାହ ନୁହେଁ ବରଂ ଏଥିରେ ଦୁଇ ମୃତ୍ୟ ବ୍ୟକ୍ତିଙ୍କ ବାହାଘର କରାଯାଇଛି । ବିବାହର ଭିଡ଼ିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି । ଯାହାକୁ ନେଇ ସୋସିଆଲ୍ ମିଡିଆ ୟୁଜର୍ସ ଚକିତ ହୋଇଛନ୍ତି । ରିପୋର୍ଟ ଅନୁସାରେ ଜୁଲାଇ ୨୮ ରେ ଶୋଭା ଏବଂ ଚାନ୍ଦପା ନାମକ ଏକ ଦମ୍ପତିଙ୍କର କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାରେ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏହି ବିବାହ ସାଧାରଣ ବିବାହ ପରି ଥିଲା, ସମସ୍ତ ରୀତିନୀତି ଅନୁସରଣ କରିବା ପରେ, କେବଳ ପାର୍ଥକ୍ୟ ହେଲା ଗତ ୩୦ ବର୍ଷ ପୂର୍ବେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ୟୁଟୁବର ଆନି ଅରୁଣ ଏହି ଅଜବ ତଥା ନିଆରା ବିବାହର ପ୍ରତିଟି ମୂହୁର୍ତ୍ତର ଭିଡ଼ିଓ ଶେୟାର କରିଛନ୍ତି । ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ‘ମୁଁ ଆଜି ଏକ ବିବାହ ଉତ୍ସବରେ ଯୋଗ ଦେଉଛି। ଆପଣ ପଚାରିପାରିବେ କି କାହିଁକିଁ ଏହି ଭିଡ଼ିଓ ଟ୍ୱିଟ୍‌ କରାଯାଇଛି ।

ଗତ ୩୦ ବର୍ଷ ପୂର୍ବେ ବର ଓ କନ୍ୟାର ମୃତ୍ୟୁ ହୋଇଥିବାବେଳେ ଆଜି ସେମାନଙ୍କ ବିବାହ କରାଯାଉଛି ।’ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘ସାଧାରଣ ବିବାହ ପରି ଏହି ବିବାହ ମଧ୍ୟ ଅନୁଷ୍ଠିତ ହୋଇଥିଲା । କେବଳ ପାର୍ଥକ୍ୟ ଥିଲା ବାସ୍ତବ ବର ଏବଂ କନ୍ୟା ବଦଳରେ କଣ୍ଢେଇ ରଖାଯାଇଥିଲା । ଏହି ବିଶ୍ୱାସ କର୍ଣ୍ଣାଟକ ଏବଂ କେରଳର ଅନେକ ଅଂଚଳରେ ବିଶ୍ୱାସ କରାଯାଏ। ଏହି ବିଶ୍ୱାସ ଅନୁଯାୟୀ, ଯେଉଁମାନେ ଜନ୍ମ ସମୟରେ ମୃତ୍ୟୁବରଣ କରିଥିଲେ କିମ୍ବା ମୃତ ଶିଶୁ ଜନ୍ମ ହୋଇଥିଲେ ସେମାନଙ୍କ ପାଇଁ ବିବାହ କରାଯାଇଥାଏ। ଏହିପରି, ଏଠାରେ ଥିବା ଲୋକମାନେ ମୃତମାନଙ୍କ ଆତ୍ମାକୁ ସମ୍ମାନ ଦେବା ପାଇଁ ଏହା କରନ୍ତି। ଏହାକୁ ପ୍ରେତ କଲ୍ୟାଣମ୍‌ ନାମକ ଏକ ପରମ୍ପରା ବୋଲି କୁହାଯାଏ । ଦକ୍ଷିଣ କର୍ଣ୍ଣାଟକରେ ପାଳନ କରାଯାଉଥିବା ପରମ୍ପରାକୁ ବର୍ଣ୍ଣନା କରି ମଧ୍ୟ ସେ ଏକ ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ଏହା ଏକ ଗମ୍ଭୀର ପରମ୍ପରା। ଯେଉଁମାନେ ଜନ୍ମ ସମୟରେ ମୃତ୍ୟୁବରଣ କରିଥାନ୍ତି, ମୃତ୍ୟୁ ପରେ ସେମାନଙ୍କ ବିବାହ କରାଯାଇଥାଏ । ସାଧାରଣ ବିବାହ ଉତ୍ସବ ପରି ରୀତିନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ । ଫଳରେ ଦୁଇ ପରିବାର ପରସ୍ପରର ବିବାହ ବନ୍ଧନରେ ଆବଦ୍ଧ ହେବେ ।’ ଏହି କାର୍ଯ୍ୟକ୍ରମରେ ବରଯାତ୍ରୀ ସାମିଲ ହେବା ସହ ସାତଫେରା ଭଳି ରୀତିନିତୀ ମଧ୍ୟ ପାଳନ କରାଯାଇଥାଏ । ଯାହା ଏହି ଭିଡ଼ିଓରେ ବର୍ଣ୍ଣନା କରାଯାଇଛି :-

ଅନ୍ୟମାନଙ୍କୁ ଜଣାନ୍ତୁ।