You are currently viewing ମଶାଣି ଭୁଁଇ ରୁ ଉଠି ବସିଲେ ମୃତ ମହିଳା

ମଶାଣି ଭୁଁଇ ରୁ ଉଠି ବସିଲେ ମୃତ ମହିଳା

ଦୁନିଆରେ କିଛି ଘଟଣା ଏପରି ଥାଏ ଯାହାଉପରେ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇଥାଏ । ଯାହାକୁ ଆମେ ଚମକାôର ମଧ୍ୟ କହିପାରିବା । ଆସନ୍ତୁ ଜାଣିବା ସେପରି ଏକ ଅସମ୍ଭବ କଥା ବିଷୟରେ ଯାହାଶୁଣିଲେ ଆପଣ ମଧ୍ୟ କହିବେ ଏହା ଚମକାôର ଛଡା କିଛି ନୁହେଁ । ତେବେ ଆସନ୍ତୁ ଜାଣିବା କ’ଣ ସେ ଚମତ୍କା7k2bggr ର । ଜଣେ ମହିଳାଙ୍କର ଅନ୍ତିମ ସଂସ୍କାର ସମୟରେ ସେ ଉଠିଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସମସ୍ତେ ତାଙ୍କୁ ମୃତ ବୋଲି ଭାବି ଅନ୍ତିମ ସଂସ୍କାର କରିବାକୁ ଆଣିଥିବା ବେଳେ ହଠାତ ମହିଳା ଜଣଙ୍କ କଫିନ ଭିତରୁ ତାଙ୍କୁ ବାହାର କରିବା ପାଇଁ ଆବାଜ ଦେଇଥିଲେ । ପେରୁ ରେ ରହୁଥିବା ରୋଜ ଇସାବେଲ ନାମକ ଏହି ମହିଳାଙ୍କର ଏକ ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଥିଲା । ଫଳରେ ପରିବାର ଲୋକେ ତାଙ୍କୁ ଅନ୍ତିମ ସଂସ୍କାର କରିବା ସମୟରେ ସେ କଫିନ ଭିତରୁ ବାହାରି ଆସିଲେ ଏବଂ ତାଙ୍କ ମୃତ୍ୟୁରେ ଲୁହ ବୁହାଉଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । ଏପରି କିଛି ହେବ ବୋଲି କେହି କେବେବି ଭାବିନଥିଲେ । ଏକ ଭୟାନକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ଅନ୍ୟ୩ଜଣ ଗମ୍ଭୀର ଭାବେ ଆହାତ ହୋଇ ଚିକିତ୍ସିତ ହେଉଥିଲେ । ୨୬ ଏପ୍ରିଲରେ ମହିଳାଙ୍କ ଅନ୍ତିମ ସଂସ୍କାର କରାଯିବା ସମୟରେ ଏଭଳ ଅବିଶ୍ୱସନୀୟ ଘଟଣା ଘଟିଥିଲା । ଅନ୍ତିମ ସଂସ୍କାର ସମୟରେ ମହିଳାଙ୍କର କଫିନ ଭିତରୁ ବାହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ତାଙ୍କ ମୃତ ଦେହ କଫିନ ଭିତରେ ଥିବା ବେଳ ହଠାତ କଫିନ ଭିତରୁ ଏକ ଆବାଜ ଆସିଲା । କଫିନଟିକୁ ଖୋଲିବାରୁ ରୋଜାଙ୍କ ଆଖି ଖୋଲାଥିବା ସହ ତାଙ୍କ ଦେହରୁ ଝାଳ ବାହାରୁଥିଲା । ଏହା ଦେଖିଲା ପରେ ତାଙ୍କ ସଂପର୍କୀୟମାନେ ଭାବିଲେକି ହୁଏତ ରୋଜା କୋମାରେ ଥିଲେ କିନ୍ତୁ ଟାକ୍ତର ଜାଣିନପାରି ତାଙ୍କୁ ମୃତ ଘୋଷିତ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।