You are currently viewing ମୁଦ୍ରିତ ସିଙ୍ଗଡା

ମୁଦ୍ରିତ ସିଙ୍ଗଡା

ସିଙ୍ଗଡା ହେଉଛି ଭାରତୀୟ ମାନଙ୍କର ସବୁଠାରୁ ଲୋକପ୍ରିୟ ସ୍ନାକ୍ସ । ଯାହା ପ୍ରତ୍ୟେକ କଲେଜ ଏବଂ ଅଫିସ କ୍ୟାନଟିନ୍‌ରେ ମିଳିଥାଏ । ଯେତେ ପ୍ରକାର ସ୍ନାକ୍ସ ଥିଲେ ମଧ୍ୟ ସିଙ୍ଗଡା ସମସ୍ତଙ୍କ ପ୍ରିୟ ଖାଦ୍ୟ । ଅନେକ ଲୋକ କେବଳ ଆଳୁ ସିଙ୍ଗଡାକୁ ପସନ୍ଦ କରନ୍ତି । କିନ୍ତୁ ଆଜି କାଲି ସିଙ୍ଗଡା ଭିତରେ ଅନେକ ପ୍ରକାର ମସଲା ଦିଆଯାଉଛି । ସିଙ୍ଗଡା ଭିତରେ ନୁଡଲ୍ସ, ପନୀର, ମକ୍କା ଇତ୍ୟାଦି ଦିଆଯାଉଛି । ଜଣେ ଟ୍ୱିଟର ବ୍ୟବହାର କାରୀ ବାଙ୍ଗାଲୋର ସହରର ସେ ସିଙ୍ଗଡାର ଏପରି ଫଟୋ ସେୟାର କରିଛନ୍ତି ଯାହା ଅନନ୍ୟ । ସେହି ସିଙ୍ଗଡାରେ ଲେଖା ହୋଇଛି ‘ଆଲୁ’ ଏବଂ ‘ନୁଡୁଲ୍ସ’ । ଶୋବିଟ୍ ବକଲିୱାଲ ନାମକ ଜଣେ ବ୍ୟକ୍ତି ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି ।


ତେବେ ଶୋବିଟ୍ ସମୋସା ପାର୍ଟରୁ ଜଳଖିଆ ଅର୍ଡର୍ର କରିଥିଲେ । ଯେଉଁଥିରେ ଆଳୁ ସମୋସା, ମକା-ପନୀର ସମୋସା, ନୁଡଲ୍ସ ସମୋସା ଏବଂ ତନ୍ଦୁରୀ ଚିକେନ ଟିକା ସମୋସା ପ୍ରଦାନ କରୁଥିଲା ।

ତେବେ ଏହି ସମୋସା ପାର୍ଟି କହିବା ଅନୁସାରେ ସିଙ୍ଗଡା ଭିତରେ କ’ଣ ମସଲା ଅଛି ତାହା ଜାଣିବା ପାଇଁ ଆମକୁ ସିଙ୍ଗଡା ଭାଙ୍ଗି ଦେଖିବାକୁ ପଡିଥାଏ । ଏଥିପାଇଁ ସେମାନେ ଏହି ପିନ୍‌ଣ୍ଟେଡ ସିଙ୍ଗଡା ପ୍ରଣାଳୀ କରିଥିଲେ । ଲୋକମାନଙ୍କ ସୁବିଧା ପାଇଁ ଏପରି କରାଯାଇଛି ବୋଲି ସମୋସା ପାର୍ଟି କହିଛି ।

ଏହା ଲୋକମାନଙ୍କର ସମସ୍ୟାର ସମାଧାନ କରୁଛି ।ତେବେ ଏହି ପୋଷ୍ଟକୁ ୨୫୦୦ରୁ ଅଧିକ ଲୋକ ଲାଇକ କରିସାରିଛନ୍ତି । ଅନେକ ଲୋକ ଏହା ଉପରେ ମତ ମଧ୍ୟ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।