You are currently viewing ରହସ୍ୟ ଜନକ ବିମାନ

ରହସ୍ୟ ଜନକ ବିମାନ

ଏମିତି କିଛି ରହସ୍ୟ ରହିଛି ତାହାକୁ ବୁଝିବା ସମ୍ପୂର୍ଣ୍ଣ ଅସମ୍ଭବ ମନେହୁଏ । ସେମିତି ଏକ ରହସ୍ୟ ଜନକ କାହାଣୀ ହେଉଛି ବିମାନ ନମ୍ବର ୫୧୩ । ୧୯୫୪ ମସିହାରେ ସେଣ୍ଟିୟାଗୋ ଏୟାରଲାଇନ୍ସର ଜାହାଜ ପଶ୍ଚିମ ଜର୍ମାନୀର ଆକିନ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା । କିନ୍ତୁ ଉଡ଼ାଣ ଭରିବା ପରେ ବିମାନ ୫୧୩ କେଉଁଠାରେ ମଧ୍ୟ ଅବତରଣ କରିନଥିଲା ।ତେବେ ୧୯୫୪ ମସିହା ସେପ୍ଟେମର ୪ ତାରିଖରେ ୯୨ ଜଣ ଯାତ୍ରୀଙ୍କୁ ନେଇ ଆକାଶ ଭିତରେ ହଜିଯାଇଥିଲା ବିମାନ ନଂ ୫୧୩ । ଉଡ଼ାଣ ଭରିବାର ୧୮ ଘଣ୍ଟା ପରେ ବ୍ରାଜିଲର ପୋର୍ଟ ଏଲେଗ୍ରେ ବିମାନ ବନ୍ଦରରେ ଅବତରଣ କରିବାର ଥିବା ବେଳେ ବିମାନ ଆକାଶରେ ଗାୟବ ହୋଇଯାଇଥିଲା । ଅନେକ ଚେଷ୍ଟା ପରେ ବି ଏହି ବିମାନ ସହ କୌଣସି ସମ୍ପର୍କ ହୋଇପାରିନଥିଲା । ୯୨ ଜଣଙ୍କୁ ନେଇ ଯାଇଥିବା ବିମାନର ହଜିବା ଘଟଣା ସାରା ଦୁନିଆକୁ ହଲଚଲ କରିଦେଇଥିଲା । ବିମାନକୁ ଖୋଜିବା ପାଇଁ ସବୁ ଚେଷ୍ଟା ବିଫଳ ହେବାରୁ ଏହାର ଆଶା ଛାଡି ଦେଇଥିଲେ ସବୁ ଏଜେନ୍ସି । ଆଶ୍ଚର୍ଯ୍ୟର ଘଟଣା ବିମାନର ଭଗ୍ନାଂସ ମଧ୍ୟ କେଉଁଠାରେ ମିଳି ନଥିଲା ।

ବିମାନଟି ହଜିଯାଇଛି ବୋଲି ଚର୍ଚ୍ଚା ହେବା ବେଳେ ଆଟଲାଣ୍ଟିକ ମହାସାଗର ଉପରେ ଏହାକୁ ଆଟଲାଣ୍ଟିକ ମହାସାଗର ଉପରେ ଉଡୁଥିବାର ଦେଖାଯାଇଥିଲା । ବିମାନଟି ସମୁଦ୍ରରେ ବୁଡ଼ିଯିବାରୁ ୯୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା । କିନ୍ତୁ ଠିକ ୩୭ ବର୍ଷ ପରେ ଘଟିଥିଲା ଏକ ଚମକାôର ଘଟଣା । ପୋର୍ଟ ଏଲେଗ୍ରେ ବିମାନ ବନ୍ଦରରେ ଅବତରଣ କରିଥିଲା ବିମାନ ୫୧୩ । ଯେଉଁ ଜାହାଜ ୩୭ ବର୍ଷ ପୂର୍ବରୁ ଆକାଶରେ କେଉଁ ଆଡ଼େ ଉଭେଇଯାଇଥିଲା । ଏହି ଜାହାଜକୁ ଦେଖି ବିମାନ ବନ୍ଦରର ଅଧିକାରୀ ମାନେ ଭୟଭିତ ହୋଇଯାଇଥିଲେ । କାରଣ ବିମାନ ହଜିବାର ଦୁଇବର୍ଷ ପରେ ମାନେ ୧୯୫୬ ମସିହାରେ ସେଣ୍ଟିଆଗୋ ଏଆରଲାଇନ୍ସ ବନ୍ଦ ହୋଇଯାଇଥିଲା । ଏହି ଏୟାର ଲାଇନ୍ସର ବିମାନ କିଛି ଉଡ଼ୁନଥିଲା । ବିମାନଟି ଲ୍ୟାଣ୍ଡ କରିବା ପରେ ଅଧିକାରୀ ମାନେ ଯାହା ଦେଖିଲେ ତାହା ନିଜ ଆଖିକୁ ମଧ୍ୟ ବିଶ୍ୱାସ ହେଉନଥିଲା । ପାଇଲଟ ସମେତ ୯୨ ଜଣ ଯାତ୍ରୀଙ୍କ କଙ୍କାଳ ନେଇ ଫେରିଥିଲା ଏହି ବିମାନ ନଂ ୫୧୩ । ଏହା ଦେଖିବା ପରେ ଅଧିକାରୀ ମାନେ ବିମାନରୁ ଓହ୍ଲାଇ ଯାଇଥିଲେ । ଆଉ ତାହାର କିଛି ସମୟ ପରେ ବିମାନଟି ପୁଣିଥରେ ଉଡ଼ିଯାଇଥିଲା । ଏହାପରେ ଏ ପର୍ଯ୍ୟନ୍ତ ବିମାନର କୌଣସି ପତ୍ତା ମିଳିପାରି ନାହିଁ । ଏହି ହଜିଯାଇଥିବା ବିମାନକୁ ଖୋଜିବାକୁ ନେଇ ଆଜିବି ପ୍ରୟାସ ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।