You are currently viewing ହାତଛାଡି ମୁଣ୍ଡରେ ଓଜନ ଜିନିଷ ବୋହି ଚଲାଉଚନ୍ତି ସାଇକେଲ

ହାତଛାଡି ମୁଣ୍ଡରେ ଓଜନ ଜିନିଷ ବୋହି ଚଲାଉଚନ୍ତି ସାଇକେଲ

ହାତଛାଡ଼ି ଚଳାଉଛନ୍ତି ସାଇକେଲ । ମୁଣ୍ଡରେ ବୋହିଛନ୍ତି ଓଜନିଆ ଜିନିଷ । ବଜାର ଭିତରେ ଦ୍ରୁତ ଗତିରେ ମାଡ଼ି ଚାଲୁଛି ତାଙ୍କ ସାଇକେଲ । ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ବଢି ଚାଲୁଛନ୍ତି ଆଗକୁ । ଏପରି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟକୁ ଅରିଫ ଶାଇଖ ନାମକ ଆଇପିଏସ ଅଧିକାରୀ ଟ୍ଵିଟରରେ ସେୟାର କରିଛନ୍ତି । ଅଧିକାରୀ ଜଣକ ଭିଡିଓ ବାବଦରେ ଲେଖିଛନ୍ତି ଜୀବନରେ କିଛି ମିଳୁ ବା ନମିଳୁ ଏଭଳି ଆତ୍ମବିଶ୍ୱାସ ଥିବା ଜରୁରୀ । ଭିଡିଓକୁ ଦେଖିଲେ ଲାଗୁଚି ଏହା ଏକ ସଂଧ୍ୟା ସମୟର ଦୃଶ୍ୟ । ରାସ୍ତାର ଉଭୟ ପାର୍ଶ୍ୱରେ ଦୋକାନ ବଜାର ଖୋଲା ରହିଛି । ରାସ୍ତା କଡ଼ରେ ଲୋକଙ୍କ ଭିଡ଼ ବେଶ୍‌ ଜଣାପଡୁଛି । ରାସ୍ତାରେ ଚାରି ଚକିଆଠୁ ଆରମ୍ଭ କରି ଦୁଇ ଚକିଆ ପର୍ଯ୍ୟନ୍ତ ଯିବା ଆସିବା କରୁଛି । ଏପରିକି ବେଳେ ବେଳେ ଲୋକମାନଙ୍କୁ ରାସ୍ତାର ମଝିରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛି । କହିବାକୁ ଗଲେ ବଜାରଟି ପୁରା ଭିଡ଼ ରହିଛି । ଭିଡ଼ତ ନୁହେଁ ଖଚାଖଚ ଭିଡ଼ ।

ଏହି ଭିଡ଼ ଭିତରେ ଆଗକୁ ମାଡ଼ି ଚାଲିଛି ସାଇକେଲ । ଆପଣ ଭାବୁଥିବେ ନୂଆ କଥା କଣ! ନୂଆକଥା ହେଲା ଲୋକଟି ସାଇକେଲର ହ୍ୟାଣ୍ଡେଲକୁ ଧରିନାହିଁ । ହାତଛାଡ଼ି ସାଇକେଲଟିକୁ ଚଳାଉଛି । ଏପରିକି ରାସ୍ତାରେ ଆସୁଥିବା ଖାଳକୁ ବି କାଟି ଆଗକୁ ବଢୁଛି । ରାସ୍ତାରେ ଲୋକ ଯାଆଆସ କରୁଛନ୍ତି, ଏହାସହ ଗାଡ଼ିମଟର ବି ଯାଉଛି । ସମସ୍ତଙ୍କୁ କାଟିକି ସନ୍ତୁଳନ ରକ୍ଷାକରି ସାଇକଲ ଚଳାଉଛନ୍ତି ବ୍ୟକ୍ତି ଜଣକ । କେବଳ ସେତିକି ନୁହେଁ ତାଙ୍କ ମୁଣ୍ଡ ଉପରେ ଭାରି ଜିନିଷ ବୋହିଛନ୍ତି । ଜିନିଷ ଉପରେ ତାଙ୍କର ଦୁଇଟି ଯାକ ହାତ ରଖିଛନ୍ତି ଓ ହାତଛାଡ଼ି ସାଇକେଲ ଚଳାଉଛନ୍ତି । ଯୁବକଙ୍କୁ ଦେଖି ରାସ୍ତାରେ ଥିବା ଲୋକମାନେ ଭିଡିଓ କରୁଥିବାର ଦେଖିବାକୁ ମିଳିଛି । ୩୨ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାରରାଲ ହୋଇଛି । ପ୍ରକୃତରେ ଯୁବକଙ୍କ ସନ୍ତୁଳନକୁ ପ୍ରଶଂସା ନକରି ରହି ହେବନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।