You are currently viewing ସମୁଦ୍ର ତଳୁ ବାହାରୁଛି ତତଲା ପଦାର୍ଥ

ସମୁଦ୍ର ତଳୁ ବାହାରୁଛି ତତଲା ପଦାର୍ଥ

ଆସୁଛି ବଡ଼ ଭୂକମ୍ପ । ଥରିଯିବ ପୃଥିବୀ । ଭୁଶୁଡ଼ି ପଡ଼ିବ ଅନେକ କିଛି । ଯାହା ସାଧାରଣ ନୁହେଁ ଅତି ଅସାଧାରଣ ହେବ । ଇଏ କୌଣସି ଭବିଷ୍ୟତ ବକ୍ତାଙ୍କର ଭବିଷ୍ୟବାଣୀ ନୁହେଁ । ଇଏ ଭୂବୈଜ୍ଞାନିକଙ୍କ ଆକଳନ । କାରଣ ଏମିତି କିଛି ପ୍ରମାଣ ମିଳିଛି ଯାହା ସମ୍ଭାବ୍ୟ ଭୂକମ୍ପକୁ ଡାକି ଆଣୁଥିବା ସ୍ପଷ୍ଟ ହୋଇଛି । ସମୁଦ୍ରରୁ ବାହାରୁଛି ଗରମ ତରଳ ପଦାର୍ଥ । ଅବଶ୍ୟ ଏହା ଆଗ୍ନେୟଗିରିର ଲାଭା ନୁହେଁ । ଏହା ଏକ ଏପରି ତରଳ ପଦାର୍ଥ ଯାହା ପୃଥଥିବୀରେ ଭୂମିକମ୍ପକୁ ଡାକୁ ଆଣୁଛି । ଆମେରିକାର ଉତ୍ତରଭାଗ ସମୁଦ୍ର ତଳେ ଏକ ବଡ଼ ଗାତ ସୃଷ୍ଟି ହୋଇଛି । ସେଥିରୁ ଏହି ଉତ୍ତପ୍ତ ତରଳ ପଦାର୍ଥ ବାହାରୁଛି । ପ୍ରଶାନ୍ତ ମହାସାଗରରେ ହୋଇଥିବା ଏହି ଗାତ ସମୁଦ୍ର ପୃଷ୍ଠରେ ଥିବା ୬ ଶହ ମାଇଲ ଲମ୍ବା ଫଲଟ୍‌ ଲାଇନ୍‌ରେ ହୋଇଛି । ଆମେରିକା ଓରେଗାଓଁ ସମୁଦ୍ର କୂଳରୁ ପ୍ରାୟ ୫୫ କିଲୋମିଟର ଦୂରରେ ଏହି ଗାତ ସୃଷ୍ଟି ହୋଇଛି । ଏହା ଉତ୍ତର କାଲିଫର୍ଣ୍ଣିଆରୁ ଲମ୍ବିଛି କାନାଡ଼ା ଯାଏ । ଯାହାକୁ କାସାଡିକା ଜୋନ୍‌ ବୋଲି କୁହାଯାଏ । ତେବେ କଣ ଏହି ଗାତ ଓ ଏଥିରୁ ବାହାରୁଥିବା ଗରମ ତରଳ ପଦାର୍ଥ ? ଏଥିପାଇଁ ଭୟ କରିବାର କଣ ଅଛି ଓ ଏହା ଯୋଗୁଁ ଭୂକମ୍ପ କାହିିଁକି ଆସିବ ? ଏସବୁ ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା । ବୈଜ୍ଞାନିକଙ୍କ କହିବା କଥା, ଏହି ଗାତରୁ ବାହାରୁଥିବା ତରଳ ପଦାର୍ଥ ଭୂତଳରେ ଥିବା ପ୍ଲେଟକୁ ଭଲଭାବେ ଚଳପ୍ରଚଳ କରିବାରେ ସହାୟକ ହୁଏ । ଯାହା ଏକ ଲିକୁଇଡ୍‌ ଭଳି କାମ କରେ । ତେବେ ଏହା ବାହାରକୁ ବାହାରି ଆସିଲେ ପ୍ଲେଟ ଗୁଡ଼ିକର ଚଳପ୍ରଚଳ ସଠିକ୍‌ ଢଙ୍ଗରେ ହେବ ନାହିିଁ । ଯାହାଫଳରେ ପ୍ଲେଟ ସବୁ ଅଧିକ ଗତିରେ ବିଶୃଙ୍ଖଳିତ ଭାବେ ପରସ୍ପର ସହ ପିଟି ହୋଇଯିବେ । ନଚେତ ପରସ୍ପର ଉପରେ ଚଢ଼ିଯିବେ । ଏହି କାରଣରୁ ଭୟଙ୍କର ଭୂକମ୍ପ ସୃଷ୍ଟି ହେବାର ଆଶଙ୍କା ରହିଛି । ଏଭଳି ଘଟିଲେ ପ୍ରାୟ ୯ ମାଗନିଚ୍ୟୁଡ୍‌ ତୀବବ୍ରତାର ଭୂକମ୍ପ ଆସିପାରେ । ଟେକଟୋନିକ ପ୍ଲେଟ ପରସ୍ପର ଉପରେ ଚଢ଼ି ଗଲେ ହିିଁ ଅତି ଭୟଙ୍କର ଘଟିପାରେ । ଯେଉଁଥଥି ପାଇଁ ୨୦୧୧ରେ ଜାପାନରେ ଏଭଳି ଭୂକମ୍ପ ଘଟିଥିଲା । ଫଳରେ ଧ୍ୱଂସଲୀଳା ସୃଷ୍ଟି ହୋଇଥିଲା । ଏଥିରେ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

ସମୁଦ୍ର ଭିତରେ ସୃଷ୍ଟି ହୋଇଥିବା ଏହି ଗାତରୁ କିଭଳି ଭାବେ ଗରମ ତରଳ ପଦାର୍ଥ ନିର୍ଗତ ହେଉଛି ତାର ଫଟୋ ଓ ଭିଡିଓ ବୈଜ୍ଞାନିକମାନେ ରେକର୍ଡ଼ କରିଛନ୍ତି । ରୋବଟ୍‌ ଡାଇଭର ଏହି ଫଟୋ ଉଠାଇଛି । ୨୦୧୫ରୁ ବୈଜ୍ଞାନିକମାନେ ଏହି ଗାତକୁ ଠାବ କରିଛନ୍ତି । ଲାଭା ଭଳି ଏହି ତରଳ ପଦାର୍ଥର ତାପମାତ୍ରା ମଧ୍ୟ ମପା ଯାଇଛି । ଏହାର ତାପମାତତ୍ରା ୧୬ ଡିଗ୍ରୀ ଥିବା ସମୁଦ୍ର ବିଜ୍ଞାନୀ କହିଛନ୍ତି । ଆଠ ବର୍ଷ ପୂର୍ବରୁ ସମୁଦ୍ର ଭିତରୁ ମିଥେନ୍‌ ପାଣି ଫୋଟକା ସବୁ ବାହାରିବା ପରେ ଏହି ଗାତ ବିଷୟରେ ରୋବଟ ଡାଇଭର ଅନୁସନ୍ଧାନ ଆରମ୍ଭ କରିଥିଲା । ବୈଜ୍ଞାନିକଙ୍କ କହିବା କଥା ଏହି କାସାଡିକା ଜୋନ୍‌ ୧୭୦୦ ମସିହାରୁ ସୃଷ୍ଟି ହୋଇଛି । ଏହାଯୋଗୁଁ ଭୂକମ୍ପ ହେଲେ ତାହା ପୃଥିବୀରେ ଆସିଥିବା ସବୁଠାରୁ ଶକ୍ତିଶଳୀ ଭୂକମ୍ପ ଠାରୁ ୩୦ ଗୁଣ ଅଧିକ ଭୟଙ୍କର ହେବ । ପ୍ରଶାନ୍ତ ମହାସାଗରରେ ହୋଇଥିବା ଏହି ଗାତ ଭଳି ଅନ୍ୟ କେତେକ ସ୍ଥାନରେ ମଧ୍ୟ ଗାତ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।