You are currently viewing ଅକ୍ଟୋବର ୯ରେ ଶରଦ ପୂର୍ଣ୍ଣିମା

ଅକ୍ଟୋବର ୯ରେ ଶରଦ ପୂର୍ଣ୍ଣିମା

ଅକ୍ଟୋବର ୯ ରବିବାର ଦିନ ସ୍ୱାସ୍ଥ୍ୟ, ବ୍ୟବସାୟ, ରୋଜଗାରର ପର୍ବର । ଏହି ଦିନ ଅଶ୍ୱିନ ମାସର ଶେଷ ଦିନ ହେବ । କାର୍ତ୍ତିକ ମାସ ଏହା ପରଠାରୁ ଆରମ୍ଭ ହେବ । ତେବେ ଏହି ଶରଦ ପୂର୍ଣ୍ଣିମା ସହିତ ଅନେକ କଥା ଜଡିତ ହୋଇ ରହିଛି । ଯେପରି ମାତା ଲକ୍ଷ୍ମୀ ଏହି ରାତ୍ରିରେ ପୃଥିବୀ ପୃଷ୍ଟରେ ଭ୍ରମଣ କରନ୍ତି । ତେବେ ମାତା ଲକ୍ଷ୍ମୀ ଭ୍ରମଣ କରିବା ସମୟରେ ପଚାରନ୍ତି କୋ ଜାଗ୍ରତି । ଅର୍ଥାତ କିଏ ଜାଗ୍ରତ ଅଛ । ଏହି କାରଣରୁ ଏହି ପୂର୍ଣ୍ଣିମାର ନାଁ କୋଜଗରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଆୟୁରର୍ବେଦରେ ଶରଦ ପୂର୍ଣ୍ଣିମା ଉଲ୍ଲେଖ କରାଯାଇଛି । ଏହି ରାତିରେ ଚନ୍ଦ୍ରର ଆଲୋକରେ ଅନେକ ଔଷଧୀୟ ଗୁଣ ଥାଏ । ତେବେ ଏଥିପାଇଁ ଚନ୍ଦ୍ର ଆଲୋକରେ ରାତିସାରା ଖୀରକୁ ରଖାଯାଏ । ଯାହା ଫଳରେ ଏଥିରେ ଚନ୍ଦ୍ର ଆଲୋକ ପଡିବା ଦ୍ୱାରା ତାହାର ଔଷଧୀୟ ଗୁଣ ଖୀରରେ ରହିଯାଏ । କାରଣ ଏହି ପୂର୍ଣ୍ଣିମା ପରେ ଜଳବାୟୁରେ ପରିବର୍ତ୍ତନ ହୋଇଥାଏ ।


ଏହା ଛଡା ଏହି ପୂର୍ଣ୍ଣିମାରେ ଅନ୍ୟ ଏକ ବିଶ୍ୱାସ ଅଛି ଶ୍ରୀକୃଷ୍ଣ ଏହି ସମୟରେ ଗୋପୀମାନଙ୍କ ସହିତ ଶ୍ରୀମନ୍ଦିରରେ ମହାରାସଲୀଳା ସୃଷ୍ଟି କରିଥିଲେ । ଆଜି ମଧ୍ୟ ଏହି ବିଶ୍ୱାସ ପାଇଁ ଶ୍ରୀମନ୍ଦିରରେ ଏଥିପାଇଁ ଅନେକ ନିତି ହୋଇଥାଏ । ଆଜି ମଧ୍ୟ ସରଦ ପୂର୍ଣ୍ଣିମା ରାତିକୁ ରାସଲୀଳା ରାତି କୁହାଯାଏ । ଏହି ରାତିରେ ଚନ୍ଦ୍ର ତାର ୧୬ କଳାରେ ଦୃଶ୍ୟମାନ ହୋଇଥାଏ । ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ଏହି ପୂର୍ଣ୍ଣିମାରେ ଚନ୍ଦ୍ର ଟିକେ ବଡ ଦେଖା ଯାନ୍ତି । ଏହି ପୂର୍ଣ୍ଣିମାରେ ମହାଲକ୍ଷ୍ମୀଙ୍କୁ ଉପାସନା କରାଯାଏ ।

ଭଗବାନ ଶିବ ତାଙ୍କ ମୁଣ୍ଡରେ ଚନ୍ଦ୍ରକୁ ରଖନ୍ତି । ଏହି କାରଣରୁ , ଶିବଙ୍କୁ ପୂଜା କରି ଚନ୍ଦ୍ରଗ୍ରହର ତ୍ରୃଟି ଦୁର ହୋଇଯାଏ । ଏକ ରୁପା ପାତ୍ରରେ କ୍ଷୀର ଭର୍ତ୍ତି କରି ଶିବଲିଙ୍ଗରେ ଅର୍ପଣ କରିବା ଆବଶ୍ୟକ ।
ଏହା ଛଡା ଏହି ରାତିରେ ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ । ହନୁମାନଙ୍କ ମୃର୍ତ୍ତି ସାମ୍ନାନାରେ ଦୀପ ଲଗାନ୍ତୁ ହନୁମାନ ଚାଳିଶା ପଢନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।