You are currently viewing ମାଟି ପରିବର୍ତ୍ତନ ହୁଏ ଧନରେ

ମାଟି ପରିବର୍ତ୍ତନ ହୁଏ ଧନରେ

ଧନବାନ ହେବା ପାଇଁ ଆମେ ମାତା ଲକ୍ଷ୍ମୀଙ୍କ ପୂଜା କରିଥାଉ। ବିଶେଷ କରି ଗୁୁରୁବାର ଓ ଶୁକ୍ରବାର ମାତାଙ୍କର ପୂଜା ବେଶି ଶୁଭ ମନାଯାଏ। ତେବେ ଧନ, ସୁଖ ଓ ସମୃଦ୍ଧିି ପାଇଁ ଆପଣ ମାତା ଲକ୍ଷ୍ମୀଙ୍କ ସହିତ କୁବେର ଦେବଙ୍କ ପୂଜା ମଧ୍ୟ କରିପାରିବେ। ଆପଣ ଜାଣିରଖନ୍ତୁ ଯେ କୁବେର ଦେବଙ୍କ ବିନା ମାତା ଲକ୍ଷ୍ମୀଙ୍କ ପୂଜା ଅଧା ହୋଇଥାଏ। ମାତାଙ୍କ କୃପା ଲାଭ ହୋଇନଥାଏ।ଶାସ୍ତ୍ର ମୁତାବିକ ଧନର ଦେବତା ହେଉଛନ୍ତି କୁବେର। କୁବେର ଦେବଙ୍କୁ ଭଗବାନ ଶିବଙ୍କ ଦ୍ୱାରପାଳ କୁହାଯାଏ। ସାଧାରଣ ଭାବେ ଧନ ପ୍ରାପ୍ତି ପାଇଁ ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। କିନ୍ତୁ ମାତା ଲକ୍ଷ୍ମୀଙ୍କର ପୂଜା ସହିତ କୁବେର ଦେବଙ୍କ ପୂଜା ମଧ୍ୟ ଖୁବ ଭଲ ଫଳ ଦେଇଥାଏ। ଧର୍ମ ଗ୍ରନ୍ଥ ମୁତାବିକ ଉଭୟ ଲକ୍ଷ୍ମୀ ମାତା ଓ କୁବେର ଦେବଙ୍କ ପୂଜାରେ ବ୍ୟକ୍ତି ଜଣକୁ ଖୁବ ଧନ ଲାଭ ହୋଇଥାଏ।

ତେବେ ଆମେ ଅନେକ ଥର କୁବେର ଦେବଙ୍କ ପୂଜା ସମ୍ପର୍କରେ ଆପଣଙ୍କୁ କହିଛୁ। ଆଜି ତାଙ୍କର ଏକ ମନ୍ଦିର ସମ୍ପର୍କରେ କହିବୁ । ମନ୍ଦିରକୁ ନେଇ ବିଶେଷ ରୋଚକ କାହାଣୀ ମଧ୍ୟ ରହିଛି।

ମଧ୍ୟପ୍ରଦେଶର ମନ୍ଦୋସର ରେ ଧନ ଦେବତା କୁବେରରଙ୍କ ମନ୍ଦିର। ଏହ ମନ୍ଦିରରେ ଳୋକଙ୍କ ଆସ୍ଥା ଯୋଡ଼ି ହୋଇ ରହିଛି। ପ୍ରତିବର୍ଷ ଧନତେରସ ଅବସରରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ଏଠାରେ ଭିଡ଼ ହୋଇଥାଏ। ଇତିହାସକୁ ଦେଖିଲେ ଜଣାପଡ଼େ ଏହା ଦେଢ଼ ହଜାର ବର୍ଷ ପୁରୁଣା। ଗୁପ୍ତକାଳରେ ଏହି ମନ୍ଦିର ଏଠାରେ ସ୍ଥାପିତ ହୋଇଥିଲା।ମନ୍ଦୋସରର ଖିଲିଚିପୁରାରେ ସ୍ଥିତ କୁବେର ଦେବତାଙ୍କ ଚମତ୍କାରୀ ମନ୍ଦିର। ଏହାକୁ ନେଇ ରହିଛି ଲୋକଙ୍କର ପ୍ରଗାଢ଼ ବିଶ୍ୱାସ। ପଶ୍ଚିମ ମୁଖୀ କୁବେର ପ୍ରତିମା ଥିବା ଏହି ମନ୍ଦିରରେ କବାଟ କେବେ ବି ବନ୍ଦ ହୁଏ ନାହିଁ। ଧନତେରାସ୍‌ ଏହି ମନ୍ଦିରର ସବୁଠୁ ବଡ଼ ମନ୍ଦିର। ଏହି ସମୟରେ ଅନେକ ଦୂରରୁ ଲୋକମାନେ ଆସିଥାନ୍ତି। ଏହା ବିଶ୍ୱର ଏକମାତ୍ର ମନ୍ଦିର ଯେଉଁଠି କୁବେରଙ୍କ ସହିତ ପ୍ରଭୁ ଭୋଳାଶଙ୍କର ମଧ୍ୟ ବିରାଜମାନ କରିଛନ୍ତି। ମାନ୍ୟତା ରହିଛି ଯେ ଏହି ମନ୍ଦିର କୁ ତିଆରି କରାଯାଇନଥି ଲା। ଏହି ମନ୍ଦିରରେ କୌଣସି ଖୁମ୍ବ ବା ପିଲର ନାହିଁ। ପ୍ରଭୁଙ୍କ ନାମ ଶୁଣିଲେ ଅନେକ ଆଖପାଖରେ ଗୁପ୍ତ ଧନ ଥିବାର ଭାବନ୍ତି। ଏହି କାରଣରୁ ଏଠାରେ କିଛି ଅନୋଖା ହୋଇଥାଏ ।ଯେମିତିକି ଏଠାରେ ପ୍ରତ୍ୟେକ ଲୋକ ମାନ୍ୟତା ଅନୁଯାୟୀ ଧନତେରାସ୍‌ ରାତିରେ ଏଠାକୁ ଆସି ମାଟି ଖୋଳିଥାନ୍ତି। ଏହି ମାଟିକୁ ନେଇ ନିଜ ଘରେ ରଖନ୍ତି। କୁହାଯାଏ ଯେ ଏହାକୁ ରଖିବା ଦ୍ୱାରା କିଛି ଦିନ ମଧ୍ୟରେ ଏହା ଧନରେ ପରିବର୍ତ୍ତନ ହୋଇଯାଏ। ଏହାକୁ ଦେଖିବା ପାଇଁ ଦୂର ସ୍ଥାନରୁୁ ଅନେକ ଲୋକ ଆସିଥାନ୍ତି । ବିଶେଷ କରି ଦୀପାବଳି ଓ ଧନତେରାସରେ ଏଠାରେ ହଜାର ହଜାର ସଂଖ୍ୟରେ ଲୋକଙ୍କ ଭିଡ଼ ଜମେ।

ଅନ୍ୟମାନଙ୍କୁ ଜଣାନ୍ତୁ।