ଦୁନିଆର ସବୁଠାରୁ ବଡ ହୀରା

ଦୁନିଆରେ ବହୁତ ପ୍ରକାରର ହୀରା ଦେଖିବାକୁ ମିଳିଥାଏ । ଯାହାର ମୂଲ୍ୟ ଅଲଗା ଅଲଗା ପ୍ରକାରର ହୋଇଥାଏ । କିନ୍ତୁ ଏବେ ଦୁନିଆର ସବୁଠାରୁ ବଡ ହୀରା ମିଳିଛି ଯାହାର ରଙ୍ଗ ନୀଳ ଅଟେ । ଏହି ହୀରାର ମୂଲ୍ୟ ୪.୪ ଅରବ ଅଟେ । ସମସ୍ତେ ଜାଣନ୍ତିକି କୋହିନୂର ଦୁନିଆର ସବୁଠାରୁ ବଡ ଏବଂ ମୂଲ୍ୟବାନ ହୀରା ଅଟେ । କିନ୍ତୁ ଏବେ ହଂକଂରୁ ମିଳିଥିବା ଏହି ହୀରାର ନିଲାମ କରାଯାଇଥିଲା । ଫାଇନ ଆଟର୍ସ କଂପାନୀ ସୋଥବି ଏହାର ନିଲାମ କରିଥିଲେ । କମ୍ପାନୀ କହିଥିଲାକି ୧୫.୧୦ କ୍ୟାରେଟର ଏହି ହୀରାର ନାମ’ଦ ଡି ବିୟର୍ସ କଳିନନ୍ ବ୍ଲୁ’ ଅଟେ ।

ଏହି ହୀରାକୁ କିଣିବା ପାଇଁ ଚାରି ଜଣ ଲୋକ ସାମିଲ ହୋଇଥିଲେ । ଜଣେ ଅଜ୍ଞାତ ବ୍ୟକ୍ତି ଏହି ହୀରାକୁ ପାଇଁ ୪୮ ମିଲିୟନ ଡଲାରରେ କିଣିଥିଲେ । ଏହି ଦୁଲର୍ଭ ହୀରାକୁ ୨୦୨୧ରେ ଠାବ କରାଯାଇଥିଲା । ଦକ୍ଷିଣ ଆଫ୍ରିକାର କଲିନନଠାରେ ଏହାକୁ ଠାବ କରାଯାଇଥିଲା । ବିଶେଷ ସୂତ୍ରରୁ ଜଣାଯାଇଛିକି ହୀରାର ଶୁଦ୍ଧତା ସର୍ବଦା ୧୦ କ୍ୟାରେଟ ଯାଏଁ ରହିଥାଏ । କିନ୍ତୁ ଏହି ହୀର ୧୫ କ୍ୟାରେଟ ଶୁଦ୍ଧତା ବିଶିଷ୍ଟ ହୋଇଥିବାରୁ ଏହାକୁ ବିଶ୍ୱର ସବୁଠାରୁ ବଡ ହୀରାର ଆଖ୍ୟା ଦିଆଯାଇଛି । ଏହି ମୂଲ୍ୟବାନ ହୀରାକୁ ୨୦୨୧ରେ ୫୭,୫୪୧,୭୭୯ ଡଲାରରେ ବିକ୍ରି କରାଯାଇଥିଲା ।

Leave A Reply

Your email address will not be published.

4 × 4 =