You are currently viewing ଗୋଟେ ଟ୍ରାକରେ ରହିଛି ଦୁଇଟି ରେଳ ଷ୍ଟେସନ୍‌

ଗୋଟେ ଟ୍ରାକରେ ରହିଛି ଦୁଇଟି ରେଳ ଷ୍ଟେସନ୍‌

ଭାରତୀୟ ରେଳ ଦୁନିଆର ଚତୁର୍ଥ ସବୁଠାରୁ ବଡ ରେଳ ନେଟଓ୍ଵର୍କ ଏବଂ ଦୁନିଆରେ ସବୁଠାରୁ ଅଧିକ ଚାକିରି ଦେଉଥିବା ସଂସ୍ଥା ଅଟେ । ସମୟ ସହିତ ଭାରତୀୟ ରେଳ ମଧ୍ୟ ନିଜର ରଙ୍ଗ ବଦଳାଉଛି ଏବଂ ଯାତ୍ରୀଙ୍କ ପାଇଁ ନୂଆ ନୂଆ ସୁବିଧା ଯୋଡିବାରେ ଲାଗିଛି । ଭାରତୀୟ ରେଳର ଅନେକ ଏପରି ରୋଚକପୂର୍ଣ୍ଣ ତଥ୍ୟ ସାଇତି କି ରଖିଛି ଯାହାକୁ ଯେତେ ଆପଣ ଜାଣିବେ ସେତେ ଅଧିକ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣଙ୍କୁ ଦେଶରେ ଏମିତି ୨ ରେଳ ଷ୍ଟେସନ ବିଷୟରେ ବତାଇବାକୁ ଯାଉଛୁ ଯାହା ଏକା ସାଥିରେ ଗୋଟିଏ ଯାଗାରେ ବନା ହୋଇଛି । ଏହି ଦୁଇ ଷ୍ଟେସନ ମଝିରେ କେବଳ ଗୋଟିଏ ରେଳ ଧାରଣାର ପାର୍ଥକ୍ୟ ରହିଛି । ଏମିତିରେ ଯେତେବେଳେ ବି ଯାତ୍ରୀ ଏହି ଷ୍ଟେସନରେ ଓହ୍ଲାଇଥାନ୍ତି, ସେତେବେଳେ ରେଳ ଧାରଣାର ଦୁଇ ପାର୍ଶ୍ୱରେ ଅଲଗା ଅଲଗା ରାଜ୍ୟର ସାଇନ ବୋର୍ଡ ଦେଖି ଲୋକେ କନଫ୍ୟୁଜ୍‌ ହୋଇଯାନ୍ତି ଯେ ସେ ଓହ୍ଲାଇଥିବା ଷ୍ଟେସନ ଠିକ ନା ଭୁଲ । ଗୋଟିଏ ଯାଗାରେ ଦୁଇଟି ଅଲଗା ଅଲଗା ରେଳ ଷ୍ଟେସନ କାହିଁକି ବନାଯାଇଛି, ଏହା ବିଷୟରେ ଆଜି ପର୍ଯ୍ୟନ୍ତ କାହାକୁ ବି ଜଣାନାହିଁ । ଏହି ଦୁଇ ରୋଚକପୂର୍ଣ୍ଣ ରେଳ ଷ୍ଟେସନ ମହାରାଷ୍ଟ୍ରର ଅହମ୍ମଦାବାଦ ଜିଲ୍ଲାରେ । ଏହାର ନାମ ଶ୍ରୀରାମପୁର ରେଳ ଷ୍ଟେସନ ଏବଂ ବେଲାପୁର ରେଳ ଷ୍ଟେସନ ।

ଏହି ଦୁଇ ଷ୍ଟେସନ ମଝିରେ କେବଳ ଗୋଟେ ରେଳ ଧାରଣାର ତଫାତ୍‌ ରହିଛି । ଏହି ଜାଗାରେ ପ୍ରତ୍ୟେକ ଦିନ ଲୋକେ ଟ୍ରେନରୁ ଓହ୍ଲାଇଥାନ୍ତି ଓ ଟ୍ରେନ୍‌ ଚଢ଼ିଥାନ୍ତି । ଯେଉଁମାନେ ଏହି ଷ୍ଟେସନରୁ ପ୍ରତିଦିନ ଯାଆସ୍‌ କରୁଛନ୍ତି ସେମାନଙ୍କ ପାଇଁ ଏହା ସାଧାରଣ କଥା । କିନ୍ତୁ ପ୍ରଥମ ଥର ପାଇଁ ଏଠାକୁ ଆସିଥିବା ଯାତ୍ରୀଙ୍କୁ ଏହି ଷ୍ଟେସନ ନିହାତି ଦ୍ୱନ୍ଦ୍ୱରେ ପକାଇବ । ଏଠାରୁ ଅନେକ ଟ୍ରେନ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇଥାଏ । ଏମିତିରେ ରେଳ ଧରିବା ପାଇଁ ପହଁଚିଥିବା ଯାତ୍ରୀଙ୍କୁ ଏହା ବୁଝା ପଡେନି ଯେ ରେଲେଓ୍ଵ ଟ୍ରାକର ଏପଟେ ଛିଡା ହୋଇଛନ୍ତି ନା ସେପଟେ । ଏହି କାରଣରୁ ଅନେକ ଥର ଲୋକଙ୍କର ଟ୍ରେନ୍‌ ବି ମିସ୍‌ ହୋଇଯାଏ । ବେଲାପୁର ରେଲ ଷ୍ଟେସନ ସିରଡି ଷ୍ଟେସନରୁ ମାତ୍ର ୩୭ କିିମି ଦୂରତାରେ ରହିଛି । ଏହା ଏକ ଛୋଟ ରେଳ ଷ୍ଟେସନ, ଯାହଳ ମଧ୍ୟ ରେଲେଓ୍ଵ ନେଟଓ୍ଵର୍କରେ ଆସିଥାଏ । ଏହି ଷ୍ଟେସନରେ ଏକ ନନ୍‌ ଏସ୍‌ ରିଟାୟରିଙ୍ଗ୍‌ ରୁମ୍‌ ମଧ୍ୟ ଅଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।