ଏପରି ସ୍ୱପ୍ନ କ’ଣ ଦେଇଥାଏ ସଙ୍କେତ

ସ୍ୱପ୍ନ କେବେ ହେଲେ କାହା ଅଧୀନରେ ନଥାଏ । ଶୋଇଥିବା ବେଳେ ଆମେ ଅନେକ ସ୍ୱପ୍ନ ଦେଖିଥାଉ ।କେତେବେଳେ ଭଲ ସ୍ୱପ୍ନ ତ ପୁଣି କେତେବେଳେ ଖରାପ ସ୍ୱପ୍ନ । ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ ।ଏଥିରୁ କିଛି ସ୍ୱପ୍ନ ମନେରହୁଥିବା ବେଳେ ଆଇ କିଛି ମନେ ରହିନଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ଅଣଦେଖା ନକରି  ଏହାର ଅର୍ଥ ବୁଝିବେ । ପତ୍ନୀ ଗୃହ ଲକ୍ଷ୍ମୀ ବା ଘରର ଲକ୍ଷ୍ମୀ ବୋଲି ମନାଯାଇଥାଏ । ପତ୍ନୀଙ୍କ ସହ ମନ ମାଳିନ୍ୟ ବା ଝଗଡା ଘରେ ସୁଖ ଶାନ୍ତି ନଷ୍ଟ କରିଥାଏ । ଏହା ଆର୍ଥିକ ସମସ୍ୟା ମଧ୍ୟ ଆଣିଥାଏ । ତେଣୁ ପତ୍ନୀଙ୍କ ସହ ଝଗଡା କେବେ ବି କରିବା କଥା ନୁହେଁ । ଯଦି ଏହି କଥା ସ୍ୱପ୍ନରେ ଆସେ ଆସନ୍ତୁ ଜାଣିବା କ’ଣ ଦେଇଥାଏ ସଂକେତ ।

ସ୍ୱପ୍ନରେ ପତିଙ୍କ ସହ ଝଗଡା ହେବାର ଦେଖିବେ ଏହାର ଅର୍ଥ ଆପଣଙ୍କ ଖୁବ ଶୀଘ୍ର କିଛି କଥାରେ ମତଭେଦ ହେବାର ଅଛି । ଏହା ହୋଇପାରେ ଜଣେ ଅନ୍ୟ ଜଣଙ୍କ କଥା ବୁଝିବା ପରିବର୍ତ୍ତେ ଅନ୍ୟକୁ ଛୋଟ ଦେଖାଇବେ । ଫଳରେ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ତେଣୁ ଏଥି ପ୍ରତି ସତର୍କ ରହିବା ଜରୁରୀ । ଜଣେ ଅନ୍ୟଜଣଙ୍କ କଥାକୁ ଶାନ୍ତିର ସହ ଆଲୋଚନା କରିବା ଉଚିତ୍‌ । ଯଦି କେହି ପତି ବା ପତ୍ନୀଙ୍କୁ ସ୍ୱପ୍ନରେ ହସୁଥିବାର ଦେଖନ୍ତି,ଏହାକୁ ଶୁଭ ସଂକେତ ମନାଯାଇଥାଏ । ସ୍ୱପ୍ନଶାସ୍ତ୍ର ଅନୁସାରେ ଏମିତି ସ୍ୱପ୍ନ ଆପଣଙ୍କ ସମ୍ପର୍କରେ ମଜବୁତ ଆଣିବା ସହ ଆଗାମୀ ଦିନରେ ଖୁସି ଆଣିବାର ସଂକେତ ଦେଇଥାଏ ।

Leave A Reply

Your email address will not be published.