ଧନତେରାସରେ ଏପରି ଜିନିଷ କିଣିବେ ଯାହା ଦ୍ୱାରା ଆପଣଙ୍କ ତାହା ଅନେକ ଦିନ ପାଇଁ ବ୍ୟବହାର ହେବ । ତେବେ ଆଜିକାଲି ଷ୍ଟିଲର ବାସନ ସମସ୍ତେ ବ୍ୟବହାର କରୁଛନ୍ତି କିନ୍ତୁ ଆଗରୁ ରୂପା ବାସନ କଣିବା ଏବଂ ବ୍ୟବହାର କରିବା ସବୁଠାରୁ ଶୁଭ ବୋଲି କୁହାଯାଉଥିଲା ।

ତେବେ ଯେଉଁମାନେ ରୁପା ବାସନ କିଣି ପାରିବେ ନାହିଁ ସେମାନେ ପିତ୍ତଳ ବାସନ ମଧ୍ୟ କିଣି ପାରିବେ । ତେବେ ଆପଣ ଯେଉଁ ଧାତୁରେ ବାସନ ଆଣୁଛନ୍ତି ଆଣନ୍ତୁ କିନ୍ତୁ ଆପଣ ଏହାକୁ ପୂଜା କରିବା ଆବଶ୍ୟକ । ତେବେ ଜଦି ଧନତେରାସରେ ବାସନ କିଣୁ ଛନ୍ତି ଏହାକୁ ପୂଜା ନକ ରି ବ୍ୟବହାର କରିବା ଠିକ୍ ନୁହେଁ ।

ଶ୍ରୀ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଧନ୍ତରାସ ଦିନ , ବିଷ୍ଣୁ ସହସ୍ରନାମ ପାଠ କରିବା ଉଚିତ । ନାରାୟଣଙ୍କୁ ଭୋଗ ଲଗାଇବା ଆବସ୍ୟକ । ଏହି ଦିନ ଘରେ ଖିରି ପ୍ରସ୍ତୁତ କରିବା ଆବସ୍ୟକ । ଯଦି ଆପଣ କିଣିଥିବା ବାସନରେ ଭୋଗ ଅର୍ପଣ କରୁଛନ୍ତି ଭଗବାନଙ୍କୁ ତେବେ ଏହା ଶୁଭ ହୋଇଥାଏ ।

ତେବେ ଏହି ଦିନରେ ଲଗାତାର ୫ ଦିନ ପର୍ଯ୍ୟନ୍ତ ଦୀପ ଲଗାଯାଇଥାଏ । ଏହି ଦିନ ଯମ ରାଜଙ୍କୁ ମଧ୍ୟ ପୂଜା କରାଯାଏ ।