You are currently viewing ଜାଣନ୍ତୁ, କାହିଁକି ପ୍ରଭୁ ଶ୍ରୀରାମ ନିଜ ହାତରେ ଭାଙ୍ଗିଥିଲେ ରାମ ସେତୁ?

ଜାଣନ୍ତୁ, କାହିଁକି ପ୍ରଭୁ ଶ୍ରୀରାମ ନିଜ ହାତରେ ଭାଙ୍ଗିଥିଲେ ରାମ ସେତୁ?

ବାଲ୍ମୀକି ରଚିତ ରାମାୟଣରେ କୁହାଯାଇଛି ଯେ କିଭଳି ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଲଙ୍କା ଜୟ କରିଥିଲେ ଏବଂ ବାନର ସେନାଙ୍କ ସହ ମିଶି ସେତୁବନ୍ଧ ନିର୍ମାଣ କରିଥିଲେl କିନ୍ତୁ ଏହି ବିଜୟ ପାଇଁ ତିଆରି ହୋଇଥିବା ରାମସେତୁ ବିଷୟରେ ଆଜିମଧ୍ୟ ଅନେକ କାହାଣୀ ପ୍ରଚଳିତ ହୋଇଛି l

ପଦ୍ମ ପୁରାଣ ଅନୁସାରେ ଯେତେବେଳେ ପ୍ରଭୁ ଶ୍ରୀରାମ ରାଵଣଙ୍କୁ ବଧକରି , ବିଭୀଷଣକୁ ଲଙ୍କାର ରାଜା କରିଥିଲେ l ଏବଂ ଏହାପରେ ଅଯୋଧ୍ୟା ଫେରି ଆସିଥିଲେ ଓ ଅଯୋଧ୍ୟାର ରାଜା ହୋଇଥିଲେl ଏକଦା ପ୍ରଭୁ ଶ୍ରୀରାମଙ୍କର ବିଭୀଷଣଙ୍କ କଥା ଖୁବ ମନେପଡ଼ିଲା l ଏହାପରେ ସେ ଭରତଙ୍କ ସହିତ କଥା ହେଲେl କିଛିଦିନ ଅଯୋଧ୍ୟାର ସମସ୍ତ ଦାୟିତ୍ୱ ଲକ୍ଷ୍ମଣଙ୍କ ଉପରେ ନ୍ୟସ୍ତ କରି ଭରତଙ୍କ ସହିତ ପୁଷ୍ପକ ବିମାନରେ ବସି ଶ୍ରୀରାମ ଲଙ୍କା ଅଭିମୁଖେ ଚାଲି ଯାଇଥିଲେl ଏହି ସମୟରେ ଶ୍ରୀରାମ ଓ ଭରତ କିସ୍କିନ୍ଧାକୁ ମଧ୍ୟ ଯାଇଥିଲେ l କିସ୍କିନ୍ଧାରେ ସେ ସୁଗ୍ରୀବ ଓ ଅନ୍ୟବାନରଙ୍କ ସହିତ ସାକ୍ଷାତ କରିଥିଲେ l ଯେତେବେଳେ ସୁଗ୍ରୀବ ଜାଣିଥିଲେ କି ପ୍ରଭୁ ଶ୍ରୀରାମ ବିଭୀଷଣଙ୍କ ସହିତ ସାକ୍ଷାତ କରିବାକୁ ଯାଉଛନ୍ତି ସେ ମଧ୍ୟ ତାଙ୍କ ସହିତ ଯିବା ପାଇଁ ଇଛା କରିଥିଲେl ଏବଂ ବାଟରେ ଯିବା ସମୟରେ ପ୍ରଭୁ ଶ୍ରୀରାମ ଭରତଙ୍କୁ ସେହି ପୋଲଟି ଦେଖାଇଥିଲେ ଯାହା ରାମସେତୁ ଥିଲା l

ସେହିପରି ଯେତେବେଳେ ଲଙ୍କାପତି ବିଭୀଷଣ ଜାଣିବାକୁ ପାଇଲେ ପ୍ରଭୁ ଶ୍ରୀରାମ ତାଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି ସେ ସମଗ୍ର ଲଙ୍କା ନଗରୀକୁ ସଜାଇଥିଲେl ବିଭୀଷଣ ମଧ୍ୟ ପ୍ରଭୁଙ୍କର ଭବ୍ୟ ସ୍ୱାଗତ କରିଥିଲେl ଲଙ୍କାରେ ଯାଇ ପ୍ରଭୁ ଶ୍ରୀରାମ ଭରତ ଓ ସୁଗ୍ରୀବଙ୍କ ସହିତ ପହଂଚିବା ପରେ ସେଠାରେ କିଛିଦିନ ରହିଥିଲେ ଓ ଆସିବା ସମୟରେ ବିଭୀଷଣଙ୍କୁ ରାଜ କାର୍ଯ୍ୟ ସୁନ୍ଦର ଭାବରେ ପରିଚାଳିତ କରିବା ପାଇଁ କହିଥିଲେ l ଯେତେବେଳେ ଶ୍ରୀରାମ ଯିବାକୁ ବାହାରିଥିଲେ ବିଭୀଷଣ ତାଙ୍କୁ ଗୋଟିଏ ଅନୁରୋଧ କରି ପଚାରିଥିଲେ ପ୍ରଭୁ ଯଦି ଏହି ସେତୁବନ୍ଧ ଯୋଗେ ମାନବ ଏଠାକୁ ଆସି ମତେ ଏଠାରେ ହଇରାଣ କରିବେ ତେବେ ମୁଁ କଣ କରିବି ? ଏହାପରେ ପ୍ରଭୁ ଶ୍ରୀରାମ ନିଜ ଭକ୍ତର ଚିନ୍ତାର କାରଣ ଜାଣିବା ପରେ ପ୍ରଭୁ ଶ୍ରୀରାମ ନିଜ ବାଣରେ ରେ ସେତୁବନ୍ଧକୁ ୨ଖଣ୍ଡ କରିଦେଲେl

 

ଅନ୍ୟମାନଙ୍କୁ ଜଣାନ୍ତୁ।