You are currently viewing କାର୍ତ୍ତିକ ମାସରେ କରନ୍ତୁ ତୁଳସୀଙ୍କୁ ପୂଜା

କାର୍ତ୍ତିକ ମାସରେ କରନ୍ତୁ ତୁଳସୀଙ୍କୁ ପୂଜା

କାର୍ତ୍ତିକ ମାସ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କର ଅତି ପ୍ରିୟ ମାସ ହୋଇଥାଏ । ତେବେ କାର୍ତ୍ତିକ ମାସ ଅକ୍ଟୋବର ୧୦ରୁ ଆରମ୍ଭ ହୋଇଛି । ଦିୱାଲୀ, ଗୋବର୍ଦ୍ଧନ ପୂଜା ଏହି ମାସରେ ହୋଇଥାଏ । କୁହାଯାଏ ଯେଉଁଠାରେ ତୁଳସୀ ଗଛଥାଏ ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି ।

ତେବେ ଯଦି ଆପର କାର୍ତ୍ତିକ ମାସରେ ମା’ତୁଳସୀଙ୍କ ପୂଜା କରିବେ ତେବେ ଲକ୍ଷ୍ମୀ ନାରାୟଣଙ୍କ ଆଶ୍ରିିବାଦ ସେମାନଙ୍କ ପରିବାର ଉପରେ ରହିବ । ତେବେ ଏହି ମାସରେ ତୁଳସୀଙ୍କ ପୂଜା କରିବା ଦ୍ୱାରା କିଛି ଶୁଭ ଫଳ ମିଳିଥାଏ । ତୁଳସୀ ପତ୍ର କେବେ ବି ରାତିରେ ଛିଣ୍ଡାନ୍ତୁ ନାହିଁ ।

ପୂର୍ଣ୍ଣିମା , ଅମାବାସ୍ୟା, ଦ୍ୱାଦଶ, ରବିବାର ଏବଂ ସଙ୍କ୍ରାନ୍ତିରେ ମଧ୍ୟ ଛିଡ।।ନ୍ତୁ ନାହିଁ । ଯଦି ଆପଣଙ୍କ ଘରେ କେହି ମରିଯାଇଛନ୍ତି କିମ୍ବା ଜନ୍ମ ହୋଇଛନ୍ତି ତେବେ ଆପଣ ତୁଳସୀ ପତ୍ର ଛିଡାଇବା ଆବଶ୍ୟକ ନୁହେଁ । ଧର୍ମ ପୁରାଣ ଅନୁସାରେ ତୁଳସୀ ପତ୍ର କେବେ ପଶ୍ଚିମ ଆଡକୁ ରଖନ୍ତୁ ନାହିଁ ।

କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ ସକାଳେ ଉଠିବା ପୂର୍ବରୁ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦେଖିବା ଏବଂ ଭଜନ ଗାଇବା ଆବଶ୍ୟକ । ଏହା ସହିତ ସକାଳେ ତୁଳସୀଙ୍କୁ ପୂଜା କରିବାକୁ ଭୁଲନ୍ତୁ ନାହିଁ । ସ୍ନାନ ନ କରି ତୁଳସୀ ପୁଜା କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଫଳ ମିଳି ନଥାଏ । ତୁଳସୀ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ଆଶୀର୍ବାଦ ଦେଇ ଥାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।