You are currently viewing ମୁହାଁମୁହିଁ ହେବେ ୪ଟି ଦଳ

ମୁହାଁମୁହିଁ ହେବେ ୪ଟି ଦଳ

  • Post category:କ୍ରୀଡା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୬/୦୧, ଆଜି ୪ଟି ମ୍ୟାଚ ଖେଳାଯିବ । ବିର୍ସାମୁଣ୍ଡା ଷ୍ଟଡିୟମ୍‌ରେ ଦୁଇଟି ଓ କଳିଙ୍ଗ ଷ୍ଟାଡିୟମ୍‌ରେ ଦୁଇଟି ମ୍ୟାଚ ଖେଳାଯିବ । ଦିନ ଗୋଟାଏରେ ଟିମ୍ ମାଲେସିଆ ଓ ଚିଲି ମଧ୍ୟରେ ଟକ୍କର ହେବ। ଏଥିସହ ଦିନ ୩ଟାରେ ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ମ୍ୟାଚ ହେବ । ଏହି ଦୁଇଟି ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡାରେ ଖେଳାଯିବ। ସେହିପରି କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା ୫ଟାରେ ହେବ ବଡ଼ ଟକ୍କର । ଟିମ୍‌ ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର ହେବ । ପରେ ସଂଧ୍ୟା ୭ଟାରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର ହେବ । ଗତକାଲି ବିଶ୍ବକପରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଟକ୍କରରେ ଟାଇ ରହିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ । ସବୁ କ୍ବାଟରରେ ଦେଖିବାକୁ ମିଳିଥିଲା ଜୋରଦାର ଟକ୍କର। ଉଭୟ ଟିମ୍କୁ ମିଳିଲା ଗୋଟିଏ ଲେଖାଏଁ ପଏଣ୍ଟ । ପ୍ରଥମ ମ୍ୟାଚରେ ଓ୍ବେଲ୍ସକୁ ୫-୧ ଗୋଲରେ ପରାସ୍ତ କରିଥିଲା ସ୍ପେନ । ଦଳ ପକ୍ଷରୁ ମାର୍କ ମିରେଲ୍ସ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ । ପ୍ୟାନେଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ ମାର୍କ ।

ଅନ୍ୟମାନଙ୍କୁ ଜଣାନ୍ତୁ।