ମୁମ୍ବାଇକୁ ୨ ୱିକେଟ୍‌ରେ ହରାଇଲା ବାଙ୍ଗାଲୋର

ଚେନ୍ନାଇ, ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଚେନ୍ନାଇଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ହୋଇଛି । ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨ ୱିକେଟରେ ମୁମ୍ବାଇକୁ ହରାଇ ବିଜୟ ହାସଲ କରିଛି । ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୧୫୯ ରନ କରିଥିଲା । ପରେ ୧୬୦ ରନର ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିଲା ଆରସିବି । ଆରସିବି ଶେଷ ବଲରୁ ୧ ରନ୍ ନେଇ ବିଜୟୀ ହୋଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପକ୍ଷରୁ ଏ ବି ଡେଭିଲିୟର୍ସ ସର୍ବାଧିକ ୨୭ ବଲରେ ୪୮ ରନ କରିଥିଲେ ଏବଂ ମୁମ୍ବାଇ ଦଳ ପକ୍ଷରୁ କ୍ରିସ ଲିନନ୍ ସର୍ବାଧିକ ୩୫ ବଲରେ ୪୯ ରନ କରିଥିଲେ । ତେବେ ମ୍ୟାଚରେ ହର୍ଷଲ ପଟେଲ୍ ୫ ୱିକେଟ୍ ସଫଳତା ପାଇଥିବାରୁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.