ଦିଲ୍ଲୀ ଟେଷ୍ଟରେ ଅଷ୍ଟ୍ରଲିଆକୁ ବଡ ଝଟକା

ନୂଆଦିଲ୍ଲୀ(୧୮.୨.୨୩) :   ଦିଲ୍ଲୀରେ ଚାଲିଛି ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ । ଆଜି ହେଉଛି ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ । ତେବେ ଆଜି ଦ୍ୱିତୀୟ ଦିନ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ଓପନର ଡେଭିଡ୍ ୱାର୍ଣ୍ଣର ଆହତ ହୋଇ ଏହି ମ୍ୟାଚରୁ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ରେନଶାଙ୍କୁ ଦଳରେ ସାମିଲ କରିଛି ଅଷ୍ଟ୍ରେଲିଆ ଟିମ୍ । ତେବେ ଶୁକ୍ରବାର ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ମାତ୍ର ୧୫ ରନ୍ କରିବାକୁ ସକ୍ଷମ ହୋଇଥିଲେ ଡେଭିଡ୍ ୱାର୍ଣ୍ଣର । ଏହି ସମୟରେ ଭାରତୀୟ ବୋଲରଙ୍କ ଗୋଟିଏ ବଲ୍ ତାଙ୍କ ହେଲମେଟରେ ବାଜିଥିଲା । ଏହାପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ଏହାପରେ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯିବା ସହିତ, ବଦଳ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି ।

Leave A Reply

Your email address will not be published.