କ୍ରିସ୍ ଗେଲ୍‌ଙ୍କ ଠୁମକା

ନୂଆଦିଲ୍ଲୀ (୫.୧୦.୨୨) : ସୋସିଆଲ ମିଡିଆରେ ଏବେ ଦେଖିବାକୁ ମିଳିଛି ନବରାତ୍ରୀର ଧୁମ । ଏହି ସମୟରେ ଦାଣ୍ଡିଆ ଓ ଗରବା ଡ୍ୟାନ୍ସ ଭାଇରାଲ ହେବାରେ ଲାଗିଛି । ତେବେ ଏଥିରେ ଯୋଡି ହୋଇଛନ୍ତି ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ତାଙ୍କର ଏହି ଡ୍ୟାନ୍ସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ‘ୟୁନିଭର୍ସ ବସ’ ଭାବରେ ଜଣାଶୁଣା କ୍ରିସ ଗେଲ ନାଚୁଥିବା ନଜରକୁ ଆସିଛନ୍ତି । ତାଙ୍କର ଫ୍ୟାନମାନେ ତାଙ୍କର ଭିଡିଓକୁ ଲାଇକ କରିବା ସହିତ କମେଣ୍ଟ ମଧ୍ୟ କରିଛନ୍ତି । ଏହି ଭିଡିଓ ଟି ରାଜସ୍ଥାନର ଯୋଧପୁରର । ଯେଉଁଠାରେ ନବରାତ୍ର ସମୟରେ ଗରବାର ଆୟୋଜନ ହୋଇଥିଲା । ଏଥିରେ କେବଳ ସେ ଏକା ନଥିଲେ ଏଥିରେ ଭାରତର କିମ୍ବଦନ୍ତୀ କ୍ରିକେଟର ବିରେନ୍ଦ୍ର ସେହୱାଗ ମଧ୍ୟ ଥିଲେ । ଏହି ଭିଡିଓରେ କ୍ରିସ ଲାଲ କୁର୍ତ୍ତା ପିନ୍ଧିଥିବା ସହ କଳାକାରମାନଙ୍କ ସହ ଗରବା କରୁଥିଲେ । କ୍ରିସ ଗେଲଙ୍କ ଏହି ଗରବା ଡ୍ୟାନ୍ସ ଏବେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ତାଙ୍କ ଫ୍ୟାନ ମାନେ ବହୁତ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.