You are currently viewing କ୍ରିକେଟ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ଧୋନି

କ୍ରିକେଟ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ଧୋନି

  • Post category:କ୍ରୀଡା
  • Reading time:1 mins read

ମୁମ୍ବାଇ (୧୦.୧୦.୨୨) : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସେ ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି । ମହେନ୍ଦ୍ର ସିଂହ ଧୋନି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ଧୋନି ଭାରତ ପାଇଁ ୯୦ଟି ଟେଷ୍ଟ, ୩୫୦ଟି ଓଡିଆଇ ଏବଂ ୯୭ଟି ଟି-୨୦ ମ୍ୟାଚ ଖେଳିଛନ୍ତି । କହିବାକୁ ଗଲେ କ୍ରିକେଟ୍ ଜଗତରେ ନାମ ଅର୍ଜନ କରିବା ପରେ ଭାରତୀୟ ଦଳର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରି ପାଦ ଦେବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମାହିଙ୍କ ପ୍ରଡକ୍ସନ୍ ହାଉସର ନାମ “ଧୋନି ଏଣ୍ଟରଟେନମେଣ୍ଟ”। କିନ୍ତୁ ସେ ବଲିଉଡରେ ନୁହେଁ, ସାଉଥ୍ ଇଣ୍ଡଷ୍ଟ୍ରିରେ କାମ କରିବେ। ଖବର ଅନୁଯାୟୀ ସେ ତାମିଲ, ତେଲୁଗୁ, ମାଲାୟାଲମ୍ ଭାଷାରେ ଫିଲ୍ମ ନିର୍ମାଣ କରିବେ। ଧୋନିଙ୍କ ପ୍ରଡକ୍ସନ୍ ହାଉସ୍ ତାମିଲ, ତେଲୁଗୁ ଏବଂ ମାଲାୟାଲମରେ ଫିଲ୍ମ ନିର୍ମାଣ କରିବ ବୋଲି ଲେଟ୍ସ ସିନେମା ରବିବାର ଦିନ ଏକ ଟ୍ୱିଟ୍‌ରେ କହିଛି। ବିକାଶ ହାସିଜା ‘ଧୋନି ଏଣ୍ଟରଟେନମେଣ୍ଟ’ ର ବିଜନେସ୍ ହେଡ୍। ପ୍ରଡକ୍ସନ୍ ହାଉସ୍ ଏପର୍ଯ୍ୟନ୍ତ ତିନୋଟି ପ୍ରୋଜେକ୍ଟରେ କାମ କରିଛି, ରୋୟର୍ ଅଫ୍ ଦି ଲାୟନ୍, ବ୍ଲେଜ୍ ଟୁ ଗ୍ଲୋରୀ ଏବଂ ଦି ହିଡେନ୍ ହିନ୍ଦୁ।

ଅନ୍ୟମାନଙ୍କୁ ଜଣାନ୍ତୁ।