ଅଜିଠାରୁ ଫୁଟବଲ ମହାକୁମ୍ଭ

ଭୁବନେଶ୍ୱର(୧୧.୧୦.୨୨) : ଆଜି ବାଜିବ ବିଗୁଲ ଫିଫା ଫୁଟବଲ ବିଶ୍ୱକପର । ଆରମ୍ଭ ହେବ ମହିଳା ମହିଳା ବିଶ୍ୱକପ ଫୁଟବଲ ମହାକୁମ୍ଭ । ଏଥିଲାଗି ସଜେଇ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ । ମୋରକ୍କୋ ଓ ବ୍ରାଜିଲ ମଧ୍ୟରେ ଉଦଘାଟନୀ ମ୍ୟାଚ ପରେ ସଂନ୍ଧ୍ୟାରେ ଆମେରିକାକୁ ଭେଟିବ ଭାରତ । ଏଥିପାଇଁ ଷ୍ଟାଡିୟମ ଖେଳାଳି ସମସ୍ତେ ପ୍ରସ୍ତୁତ ।ରାଜଧାନୀ ଭୁବନେଶ୍ୱରର ଚାରିଆଡ଼େ ଦେଖିବାକୁ ମିଳୁଛି ଫୁଟବଲ ଫିଭର । ଷ୍ଟାଡିୟମରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଗଲାଣି ପୋଷ୍ଟର ବ୍ୟାନର । ୧୨ ହଜାର କ୍ଷମତା ସମ୍ପନ୍ନ କଳିଙ୍ଗ ଷ୍ଟାଡିୟମକୁ ଅତି ସୁନ୍ଦର ଭାବେ ସମ୍ବଲପୁରୀ ପଶାପଲୀ ଡିଜାଇନ୍‌ରେ  ସଜା ଯାଇଛି । ଲାଲ, ସବୁଜ, ଧଳା ପ୍ରିଣ୍ଟରେ ସିଟ୍‌ଗୁଡ଼ିକୁ ନୂଆ ରୂପ ଦିଆଯାଇଛି ।  ବ୍ରାଜିଲ ଓ ମରୋକୋ ମଧ୍ୟରେ ଅପରାହ୍ନ ସାଢ଼େ ୪ଟାରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ । ଏହାପରେ ରାତି ୮ଟାରେ ଦ୍ୱିତୀୟ ମ୍ୟାଚ୍‌ରେ ଆମେରିକାକୁ ଟକ୍କର ଦେବ ଆୟୋଜକ ଭାରତ । ଅଣ୍ଡର ସେଭେଣ୍ଟିନ୍‌ ଫିଫା ମହିଳା ବିଶ୍ୱକପ୍‌ରେ ଭାରତ ପ୍ରଥମ ଥର ପାଇଁ ଭାଗ ନେଉଛି।   

Leave A Reply

Your email address will not be published.