You are currently viewing ଭାରତକୁ ଚତୁର୍ଥ ସ୍ବର୍ଣ୍ଣ ପଦକ : ହରଭିନ୍ଦର ସିଂହଙ୍କ ଐତିହାସିକ ପଦକ

ଭାରତକୁ ଚତୁର୍ଥ ସ୍ବର୍ଣ୍ଣ ପଦକ : ହରଭିନ୍ଦର ସିଂହଙ୍କ ଐତିହାସିକ ପଦକ

ଏଏନଏସ : ଭାରତକୁ ଚତୁର୍ଥ ସ୍ବର୍ଣ୍ଣ ପଦକ। ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ପୁଣି ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ଟୋକିଓରେ କାଂସ୍ୟ ଜିତିଥିବା ହରଭିନ୍ଦର ସିଂହ ସପ୍ତମ ଦିନରେ ତୀରନ୍ଦାଜି ଇଦେ ଇଭେଣ୍ଟ୍‌ରେ ଐତିହାସିକ ସ୍ବର୍ଣ୍ଣ ପଦ ପଦକ ଜିତିଛନ୍ତି। ପୁରୁଷ ଇଣ୍ଡିଭିଜୁଆଲ୍ ରିକର୍ଭ ଇଭେଣ୍ଟରେ ହରଭିନ୍ଦଗ କ୍ରମାଗତ ୫ ବିଜୟ ସହ ସେ ଏହି ସଫଳତା ଅର୍ଜନ କରିଛନ୍ତି। ଫାଇନାଲ୍‌ରେ ହରଭିନ୍ଦର ୬-୦ରେ ଏକତରଫା ଭାବେ ପୋଲାଣ୍ଡ୍‌ର ଲୁକାଜ୍ ସିଜେକଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ସୂଚନା ମୁତାବକ, ଏବେ ପର୍ଯ୍ୟନ୍ତ ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ସମୁଦାୟ 22ଟି ପଦକ ପାଇଛି। ଏଥିମଧ୍ୟରେ ଚାରୋଟି ସୁନା, ଆଠଟି ରୂପା ଏବଂ 10 ଟି ବ୍ରୋଞ୍ଜ ଅଛି। ଏହା ସହ ଭାରତ ପାରାଲିମ୍ପିକ ପଦକ ଟେବୁଲରେ 15 ତମ ସ୍ଥାନରେ ପହଞ୍ଚିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।