You are currently viewing ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ବୁଧବାର ଡିସଚାର୍ଜ

ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ବୁଧବାର ଡିସଚାର୍ଜ

  • Post category:କ୍ରୀଡା
  • Reading time:1 mins read

କୋଲକାତା, ଗତ ଦୁଇଦିନ ତଳେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିବାର ଖବର ଶୁଣିବାକୁ ମିଳିଥିଲା । ବ୍ୟାୟାମ ସାରିବା ପରେ ହଠାତ୍‌ ହୃଦଘାତର ଶିକାର ହୋଇଥିଲେ ସେ । ଏନେଇ ତାଙ୍କୁ ଉଡଲ୍ୟାଣ୍ଡର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏବେ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି, ଏନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ଡାକ୍ତର ବିଭିନ୍ନ ପ୍ରକାର ପରୀକ୍ଷା କରିଥିଲେ ଏବଂ ତାଙ୍କ ହୃତ୍‌ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଯାଇଥିବା ଜଣାପଡ଼ିଥିଲା। ଗାଙ୍ଗୁଲିଙ୍କ ପରିବାର ସଦସ୍ୟଙ୍କ ପରାମର୍ଶ କ୍ରମେ ମେଡିକାଲ ବୋର୍ଡ ନିଷ୍ପତ୍ତି ନେଇଛି ଯେ ପରବର୍ତ୍ତୀ ସମୟରେ ଦୁଇଟି କ୍ଷତିଗ୍ରସ୍ତ କରୋନାରୀ ଧମନୀ ପାଇଁ ଆଙ୍ଗିଓପ୍ଲାଷ୍ଟି କରାଯିବ। କିନ୍ତୁ ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଅଛନ୍ତି । ତେଣୁ ଆଙ୍ଗିଓପ୍ଲାଷ୍ଟିକୁ ସ୍ଥଗିତ ରଖାଯାଇଛି । ବୁଧବାର ଦିନ ସୌରଭ ଡିସଚାର୍ଜ କରିବାର ସମ୍ଭାବନା ରହିଛି ବୋଲି ମଧ୍ୟ ଡାକ୍ତର କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।