ମୁମ୍ବାଇ(୭.୧୦.୨୨) : ଭାରତର କିମ୍ବଦନ୍ତୀ ଦ୍ରୃତ ବୋଲର ଜହିର ଖାନ । ଅକ୍ଟେବର ୭ ତାରିଖରେ ତାଙ୍କର ଜନ୍ମ । ଆଜି ସେ ୪୪ ବର୍ଷ ବୟସରେ ପାଦ ଦେଇଛନ୍ତି । ୧୪ ବର୍ଷରେ ଅନ୍ତର୍ଜାତୀୟ କ୍ୟାରିୟରରେ ଜାହିର ମୋଟ ୬୧୦ ୱିକେଟ ନେଇଛନ୍ତି । ନକଲ ବଲ ଉଦ୍ଭାବକ ଭାବେ ଜାହିରଙ୍କୁ ବିବେଚନା କରାଯାଏ । ଏହା ଏପରି ଏକ ବଲ ଯାହାକୁ ପକାଇ ୨୦୧୧ ବିଶ୍ୱକପରେ ରଚିଥିଲେ ଇତିହାସ । ଜାହିର କଦାପି କ୍ରିକେଟର ହେବାକୁ ଚାହୁଁନଥିଲେ । ସେ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଭାଗ୍ୟ କରି ଦେଇଥିଲା ତାଙ୍କୁ ଷ୍ଟାର । ୧୯୭୮ ମସିହାରେ ମହାରାଷ୍ଟ୍ର ଅହମ୍ମଦନଗରରେ ଜନ୍ମ ଗ୍ରହଣ କରିଥିଲେ ଜାହିର ଖାନ । ଶ୍ରୀରାମପୁରର ବାସିନ୍ଦା ଜହିର ଖାନ ପାଠ ପଢି ଇଞ୍ଜିନିୟର ହେବାକୁ ଚାହୁଥିଲେ । କିନ୍ତୁ ତାଙ୍କର ପିତା ତାଙ୍କର ଏହି ନିସ୍ପତିରେ ରାଜି ନଥିଲେ । ସେ କହିଥିଲେ ଦେଶରେ ଅନେକ ଇଞ୍ଜିନିୟର ଅଛନ୍ତି । ଜଣେ ଦ୍ରୃତ ବୋଲର ହୋଇ ଦେଶପାଇଁ ଖେଳ । ଜାହିରଙ୍କ ପିତା ତାଙ୍କୁ ୧୭ ବର୍ଷ ବୟସରେ ମୁମ୍ବାଇ ନେଇ ଚାଲିଯାଇଥିଲେ । ପରେ ଜିମଖାନା ବିପକ୍ଷ ଫାଇନାଲରେ ଜାହିର ସାତ ୱିକେଟ ନେଇ ଆସିଥିଲେ । ଏଠାରୁ ଆରମ୍ଭ ହୋଇଥିଲା ଜାହିରଙ୍କ କ୍ରିକେଟ କ୍ୟାରିୟର । ମୁମ୍ବାଇ ଏବଂ ପଶ୍ଚିମ ଜୋନର ଅଣ୍ଡର-୧୯ ଦଳରେ ତାଙ୍କୁ ସମାଲି କରାଗଲା । ପରେ ଜହିର ଏମଆରଏଫ ପେସ ଏକାଡେମୀ ମାଧ୍ୟମରେ ସଫଳତାର ସିଢି ଚଢିବା ଆରମ୍ଭ କରିଦେଇଥିଲେ । ଏହପରି ଭାବେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଜହିର । ୨୦୦୦ ମସିହାରେ ସେ ଟିମ୍ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ