You are currently viewing ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ, ଘୋଷଣା ହେଲା ଚୁଡାନ୍ତ ଏକାଦଶ

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ, ଘୋଷଣା ହେଲା ଚୁଡାନ୍ତ ଏକାଦଶ

  • Post category:କ୍ରୀଡା
  • Reading time:1 mins read


ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦିବାରାତ୍ର ଟେଷ୍ଟ ମ୍ୟାଚ । ଅଷ୍ଟ୍ରେଲିଆ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ଘୋଷଣା କରାଯାଇଛି। ହେଲେ ଏହି ଦଳରେ ରିଷବ ପନ୍ଥ ଏବଂ ଶୁଭମ ଗିଲଙ୍କ ନାମ ସାମିଲ କରାଯାଇ ନାହିଁ ।ତେବେ ଦଳରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲଙ୍କ ସହ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ ଓପନିଂ କରିବେ ।
ଭାରତୀୟ ଦଳ: ମୟଙ୍କ ଅଗ୍ରୱାଲ, ପୃଥୀ ଶ’, ଚିତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ୍ ଅଶ୍ୱିନୀ, ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା ।

ଅନ୍ୟମାନଙ୍କୁ ଜଣାନ୍ତୁ।