ନୂଆଦିଲ୍ଲୀ(୧୧.୨.୨୩) : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି । ଗୋଟିଏ ଇଂନିସ ଆଉ ୧୩୨ ରନରେ ଭାରତ ଏହି ବିଜୟ ଲାଭ କରିଛି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ପିନ ଆଗରେ କଙ୍ଗାରୁ ବ୍ୟାଟ୍ସମ୍ୟାନମାନେ ତିଷ୍ଠି ପାରନଥିଲେ । ଫଳରେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇଂନିସରେ ୯୧ ରନରେ ଅଲଆଉଟ ହୋଇଯାଇଥିଲା ।ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଜାଡେଜା-ଅଶ୍ୱିନୀଙ୍କ ବୋଲିଂରେ ଧରାଶାୟୀ ହୋଇଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ କେବଳ ଲାବ୍ରୁସେନ ୪୯, ଷ୍ଟିଭେନ ସ୍ମିଥ ୩୭ ରନ କରିଥିଲେ । ଫଳରେ ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆ ୧୭୭ ରନରେ ଅଲଆଉଟ ହୋଇଯାଇଥିଲା ।ହେଲେ ଭାରତ ତାର ପ୍ରଥମ ଇଂନିସରେ ଦମଦାର ବ୍ୟାଟିଂ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୧୨୦ ରନର ଶତକ, ରବିନ୍ଦ୍ର ଜାଡେଜା ୭୦ ଓ ଅକ୍ଷର ପଟେଲ ୮୪ ରନ କରିଥିଲେ । ଫଳରେ ଭାରତ ୧୩୯ ଓଭର ଖେଳି ୪୦୦ ରନରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଟୋଡ ମର୍ଫି ସର୍ବାଧିକ ୭ଟି ୱିକେଟ ନେଇଥିଲେ ।ହେଲେ ଦ୍ୱିତୀୟ ଇଂନିସରେ ଅଷ୍ଟ୍ରେଲିଆ ପୁଣି ବିଫଳ ହୋଇଥିଲା । ଅଶ୍ୱିନୀଙ୍କ ସ୍ପିନକୁ ସାମ୍ନା କରିପାରିନଥିଲା ଅଷ୍ଟ୍ରେଲିଆ ଦଳ । ଦଳ ପକ୍ଷରୁ ସ୍ମିଥ ୨୫ ଓ ଲାବ୍ରୁସେନ ୧୭ ରନ କରିଥିଲେ । ଫଳରେ ଦଳ ୯୧ ପନରେ ଅଲ ଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଅଶ୍ୱିନୀଙ୍କୁ ସର୍ବାଧିକ ୫, ସାମିଙ୍କୁ ୨, ଜାଡେଜାଙ୍କୁ ୨ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ ମିଳିଥିଲା । ଆଉ ଭାରତ ଗୋଟିଏ ଇଂନିସ ୧୩୨ ରନରେ ବିଜୟ ହାସଲ କରିଥିଲା ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ