ଅହମଦାବାଦ, ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-ଟ୍ୱେଣ୍ଟି ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତର ପରାଜୟ ହୋଇଥିବା ବେଳେ ଗତକାଲି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିଛି ଭାରତୀୟ ଦଳ । ୭ ୱିକେଟରେ ଇଂଲଣ୍ଡ ଟିମକୁ ହରାଇ ମ୍ୟାଚରେ ଭାରତୀୟ ଦଳ ବିଜୟ ହାସଲ କରିନେଇଛି । ଇଂଲଣ୍ଡ ଟିମ ୨୦ ଓଭରରେ ୬ ୱିକେଟ ବ୍ୟୟରେ ୧୬୪ ରନ କରିଥିଲା । ତେବେ ୧୬୪ ରନ କରି ଇଂଲଣ୍ଡ ଟିମ ଭାରତକୁ ୧୬୫ ରନର ଲକ୍ଷ୍ୟ ଦେଇଥିଲା । କିନ୍ତୁ ୨୦ ଓଭର ପୂର୍ବରୁ ମାତ୍ର ୧୭.୫ ଓଭରରେ ଭାରତୀୟ ଦଳ ୧୬୬ ରନ କରି ଏହି ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇପାରିଥିଲା । ମ୍ୟାଚରେ ଇଂଲଣ୍ଡ ଦଳ ପକ୍ଷରୁ ରୟ ୪୬(୩୫)ଅଧିକ ରନ କରିଥିବାବେଳେ ଭାରତୀୟ ଦଳ ପକ୍ଷରୁ ଭାରତ ଅଧିନାୟକ ବିରାଟ କୋହଲି ୭୩(୪୯) ସର୍ବାଧିକ ରନ କରିଥିଲେ ।
ତେବେ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ହାରିଥିବା ବେଳେ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ଉନ୍ନତ ରଣନୀତି ଯୋଗୁ ମ୍ୟାଚକୁ ଭାରତୀୟ ଦଳ ଜିତିବାରେ ସକ୍ଷମ ହୋଇପାରିଛନ୍ତି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST