You are currently viewing ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୩୨ ତମ ଜନ୍ମ ଦିବସ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୩୨ ତମ ଜନ୍ମ ଦିବସ

  • Post category:କ୍ରୀଡା
  • Reading time:1 mins read

ଆଜି ହେଉଛି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୩୨ ତମ ଜନ୍ମ ଦିବସ । ସେ ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟ ଖେଳାଳୀଙ୍କ ମଧ୍ୟରୁ ଜଣେ । ୫ ନଭେମ୍ବର ୧୯୮୮ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପ୍ରେମ କୋହଲି ହେଉଛନ୍ତି ଜଣେ କ୍ରିମିନାଲ ଲୟର ଓ ମାଙ୍କ ନାମ ହେଉଛି ସରୋଜ କୋହଲି । ସେ ୧୪ ବର୍ଷ ବୟସରେ ଦିଲ୍ଲୀ ପକ୍ଷରୁ କ୍ରିକେଟ ଖେଲିବା ଆରମ୍ଭ କରିଥିଲେ ଏବଂ ୧୯ ବର୍ଷ ବୟସରେ ସେ ଅଣ୍ଡର ୧୯ ଭାରତୀୟ ଦଳରେ ଖେଳିଥିଲେ । ସେ ଏପର୍ଯ୍ୟନ୍ତ କ୍ରିକେଟ ଖେଳରେ ହେଉ କିମ୍ବା ଜୀବନରେ ହେଉ ଅନେକ ସଫଳତା ହାସଲ କରିଛନ୍ତି ।

The President, Shri Pranab Mukherjee presenting the Padma Shri Award to Shri Virat Kohli, at a Civil Investiture Ceremony, at Rashtrapati Bhavan, in New Delhi on March 30, 2017.

ତାଙ୍କୁ ୨୦୧୭ରେ ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା ଏବଂ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ସହ ସେ ଏ ପର୍ଯ୍ୟନ୍ତ ଅନେକ ପୁରଷ୍କାର ଗ୍ରହଣ କରିଛନ୍ତି । ସେ ଅନେକ ଶ୍ରେଷ୍ଠ ଖେଳାଳୀଙ୍କ ରେକର୍ଡ ଭାଙ୍ଗି ତାଙ୍କ ନାମରେ ବହୁତ ରେକର୍ଡ ସାମିଲ କରିଛନ୍ତି । ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାରେ ଏବଂ ଦିନିକିଆ କ୍ରିକେଟରେ ଲଗାତାର ୩ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ହେଉଛନ୍ତି ବିରାଟ । ବିରାଟ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ୭ ଥର ଦ୍ୱିଶତକ ହାସଲ କରିଛନ୍ତି । ବିରାଟ ଦିନିକିଆ କ୍ରିକେଟରେ ବ୍ୟାଟ୍ସମ୍ୟାନ ତାଲିକାର ଶୀର୍ଷରେ ରହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।