You are currently viewing ମହିଳା ବିଶ୍ୱକପ: ଇଂଲଣ୍ଡ ଠାରୁ ହାରିଲା ଟିମ ଇଣ୍ଡିଆ

ମହିଳା ବିଶ୍ୱକପ: ଇଂଲଣ୍ଡ ଠାରୁ ହାରିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ-୧୬/୦୩, ମହିଳା ବିଶ୍ୱକପରେ ଭାରତର ଦ୍ୱିତୀୟ ପରାଜୟ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୪ ୱିକେଟରେ ହାରିଲା ଟିମ ଇଣ୍ଡିଆ । ଗୋସ୍ୱାମୀଙ୍କ ରେକର୍ଡ ସତ୍ତ୍ୱେ ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୧୩୪ ରନରେ ଅଲଆଉଟ ହୋଇଯାଇଥିବା ବେଳେ ଇଂଲଣ୍ଡ ୩୧.୨ ଓଭରରେ ୬ ୱିକେଟ ହରାଇ ୧୩୬ ରନ୍ ସଂଗ୍ରହ କରିଥିଲା । ଭାରତ ଦଳ ପକ୍ଷରୁ ସ୍ମୃତି ମନ୍ଧାନା ୩୫, ହରମନପ୍ରୀତ କୌର ୧୪, ରିଚା ଘୋଷ ୩୩ ଓ ଝୁଲଣ ଗୋସ୍ୱାମୀ ୨୦ ରନ କରିଥିଲେ । ସେହିପରି ଇଂଲଣ୍ଡ ପକ୍ଷରୁ ଅଧିନାୟିକା ହିଥର କେନାଇଟ ୫୩ ଓ ନଟାଲି ସ୍କିଭର ୪୫ ରନ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଭାରତ ପକ୍ଷରୁ ମେଘନା ସିଂହ ସର୍ବାଧିକ ୩ଟି, ଝୁଲଣ ଗୋସ୍ୱାମୀ, ରାଜେଶ୍ୱରୀ ଗାଏକୱାଡ ଓ ପୂଜା ଭଷ୍ଟ୍ରାକର ଗୋଟିଏ ଲେଖାଏଁ ୱିକେଟ ନେଇଥିବାବେଳେ ଇଂଲଣ୍ଡ ଦଳ ପକ୍ଷରୁ ଚାରଲୋଟେ ଡିଆନ ସର୍ବାଧିକ ୨ଟି, ମନ୍ୟା ଶ୍ରୁବସୋଲେ ୨ଟି, ସୋଫି ଏକଲେଷ୍ଟୋନ ଓ କେଟ କ୍ରସ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ଝୁଲଣ ଆଜି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ମହିଳା ଭାବେ ମହିଳା ଦିନିକଆରେ ୨୫୦ ୱିକେଟ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିପରିକୁ ଅଷ୍ଟ୍ରେଲିଆର କ୍ୟାଥରୟନ ଫିଟପାଟ୍ରିକ ୧୮୦, ୱେଷ୍ଟଇଣ୍ଡିଜର ଅନିସା ମହମ୍ମଦ ୧୮୦, ଦକ୍ଷିଣ ଆଫ୍ରିକାର ଶବନିମ ଇସମାଇଲ ୧୬୮ ଓ ଇଂଲଣ୍ଡର କ୍ୟାଥେରିନ ବ୍ରଣ୍ଟ ୧୬୪ ୱିକେଟ ନେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।