You are currently viewing ଆଇପିଏଲରେ ବଦଳିଲା ନିୟମ, ଜାଣନ୍ତୁ ନୂଆ ନିୟମ

ଆଇପିଏଲରେ ବଦଳିଲା ନିୟମ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ-୧୫/୦୩, ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୨୦୨୨ ସଂସ୍କରଣ । ଆସନ୍ତା ୨୬ ତାରିଖ ଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଆଇପିଏଲରେ ପୂର୍ବରୁ ୮ ଟି ଦଳ ସାମିଲ ହେଉଥିବାବେଳେ ଏଥର ୧୦ଟି ଦଳ ଖେଳିବେ । ଏମାନଙ୍କୁ ୨ଟି ଗ୍ରୁପରେ ବଣ୍ଟା ଯାଇଥିବା ବେଳେ ମୋଟ ୭୦ଟି ମ୍ୟାଚ୍ ମୁମ୍ବାଇ ଓ ପୁନେରେ ଖେଳାଯିବ । ଚଳିତ ଆଇପିଏଲରେ ଡିସେସନ ରିଭ୍ୟୁ ସିଷ୍ଟମ (ଡିଆରଏସ) ସଂଖ୍ୟା ବୃଦ୍ଧି କରାଯାଇଛି । ପୂର୍ବରୁ ଗୋଟିଏ ଡିଆରଏସ ଥିବାବେଳେ ଏବେ ଏହାକୁ ଦୁଇ ଅଙ୍କକୁ ବଢ଼ାଇ ଦିଆଯାଇଛି । ମେରିଲବୋନ କ୍ରିକେଟ କ୍ଲବ (ଏମସିସି) ଦ୍ୱାରା ଜାରି କରାଯାଇଥିବା ନୂଆ ନିୟମକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମର୍ଥନ କରିଛି । ଫଳରେ ପ୍ରତ୍ୟେକ ପାଳି ସମୟରେ ଡିସିଜନ ରିଭ୍ୟୁ ସିଷ୍ଟମକୁ ୨ ଥର ବ୍ୟବହାର କରାଯାଇପାରିବ । ସେହିପରି ପ୍ଲେଅଫ ଅଥବା ଫାଇନାଲ ମୁକାବିଲା ଅମୀମାଂଶିତ ହେଲେ, ଯଦି ନିର୍ଦ୍ଧାରିତ ସମୟରେ ସୁପର ଓଭର ଅଥବା ଏହା ପରେ ଅନ୍ୟ ଏକ ସୁପର ଓଭରରେ ନିଷ୍ପତ୍ତି ନହୁଏ, ଲିଗ ପର୍ଯ୍ୟାୟର ପ୍ରଦର୍ଶନକୁ ଦେଖାଯିବ । ଲିଗ ଷ୍ଟେଜରେ ଉପରେ ଥିବା ଟିମକୁ ବିଜୟୀ ଘୋଷଣା କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।