You are currently viewing ଆଇପିଏଲ ୨୦୨୨ :  ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ଲକ୍ଷ୍ନୌ

ଆଇପିଏଲ ୨୦୨୨ : ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ଲକ୍ଷ୍ନୌ

ମୁମ୍ବାଇ-୦୪/୦୪, ଚଳିତ ଆଇପିଏଲର ୧୨ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ। ଏହି ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ମ୍ୟାଚରେ ସନରାଇଜର୍ସ ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଗୋଟିଏ ମ୍ୟାଚ ଜିତିବା ପରେ ସୁପରଜାଏଣ୍ଟସ ଦଳର ମନୋବଳ ବୃଦ୍ଧି ପାଇଛି । ଦ୍ୱିତୀୟ ବିଜୟ ପାଇଁ ସ୍ୱତନ୍ତ୍ର ରାଣନୀତି ପ୍ରସ୍ତୁତ କରୁଛି ଏହି ଦଳ । ହାଇଦ୍ରାବାଦ ଟିମ୍ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜିତ ହୋଇଥିଲା । ବୋଲିଂ ହେଉ ଅବା ବ୍ୟାଟିଂ ସବୁଥିରେ ଫେଲ ମାରିଥିଲା ଟିମ୍। ସବୁ ବିଭାଗରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ବ୍ୟାଟରମାନେ ୨୧୦ ରନର ବିଶାଳ ବିଜୟ ଲକ୍ଷ୍ୟର ପିଛା କରିବାରେ ବିଫଳ ହୋଇଥିଲେ । ଲକ୍ଷ୍ନୌ ସୁପରଜିଆଣ୍ଟସ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହୋଇଥିଲା । ହେଲେ ଦ୍ୱିତୀୟ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା । ତେଣୁ ଦଳର ମନୋବଳ ଦ୍ୱିଗୁଣିତ ରହିଛି । ଅଧିନାୟକ ଲୋକେଶ ରାହୁଲ ଫର୍ମକୁ ନେଇ ସଂଘର୍ଷ କରୁଥିଲେ ହେଁ ଏଭିନ ଲୁଇସ, ଦୀପକ ହୁଡ଼ା ପ୍ରମୁଖ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ତେବେ ଆଜିର ମ୍ୟାଚରେ ହାଇଦ୍ରାବାଦ ଟିମ୍ ପ୍ରଥମ ମ୍ୟାଚ ଜିତିବ କି ମ୍ୟାଚରେ ବାଜି ମାରି ଲକ୍ଷ୍ନୌ ସୁପରଜାଏଣ୍ଟସ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।