ନୂଆଦିଲ୍ଲୀ (୩୧.୩.୨୩) : ଆଜିଠୁ ଆଇପିଏଲ ମହାକୁମ୍ଭ । ଫଟାଫଟ୍ କ୍ରିକେଟ୍ର ଏହି ନୂଆ ସଂସ୍କରଣର ପ୍ରଥମ ଦିବସରେ ବିଜେତା ଗୁଜରାଟ ଟାଇଟନ୍ସ ସହିତ ଖେଳିବ ୪ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ବିଗତ ୩ ବର୍ଷ ଧରି ଆଇପିଏଲ୍ ଏହାର ସମ୍ପୂର୍ଣ୍ଣ ସ୍ତରରେ ଖେଳାଯାଇ ପାରିନଥିଲା । କୋଭିଡ୍ କାରଣରୁ ୨୦୨୦ରେ ସମ୍ପୂର୍ଣ୍ଣ ଏବଂ ୨୦୨୧ର ଦ୍ବିତୀୟାର୍ଦ୍ଧ ୟୁଏରେ ଖେଳାଯାଇଥିବା ବେଳେ ୨୦୨୨ ୧୦ ଦଳୀୟ ଲିଗ୍ର ଅଧିକାଂଶ ମ୍ୟାଚ୍ ମୁମ୍ବାଇ ଓ ପୁନେରେ ଅନୁଷ୍ଠିତ ହୋଇଥିଲା ।ଏବେ ସେହି ୧୦ ଦଳକୁ ନେଇ ଦେଶର ୧୨ଟି ସହରରେ ଲିଗ୍ ପର୍ଯ୍ୟାୟର ୭୦ ମ୍ୟାଚ୍ ଖେଳାଯିବ । ଘର-ବାହାର ମ୍ୟାଚ୍ ପ୍ରକ୍ରିୟା ମଧ୍ୟ ପୁନଃ ପ୍ରଚଳିତ ହେବ । ୨୦୨୩ ସଂସ୍କରଣ ମଧ୍ୟ କିଛି ନୂଆ ପରିବର୍ତନ ସହ ଆସୁଛି । ଇମ୍ପାକ୍ଟ ପ୍ଲେୟାର୍ ନିୟମ ବଳରେ କୌଣସି ଦଳ ଟସ୍ ପରେ ମ୍ୟାଚ୍ର ଯେ କୌଣସି ମୁହୂର୍ତ୍ତରେ ଜଣଙ୍କୁ ବଦଳାଇ ପାରିବ । ସେହିଭଳି ନୋ ବଲ୍ ଏବଂ ୱାଇଡ୍ ବଲ୍ ପାଇଁ ଅମ୍ପାୟାର୍ ରିଭ୍ୟୁ କରିପାରିବେ । ଗତବର୍ଷ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଲଟା ପଥରେ ଗତି କରିଥିଲେ। ଗୁଜରାଟ ୧୪ରୁ ୧୦ ଜିତି ଗ୍ରୁପ୍ ଟପ୍ପର ହେବା ସହ ନିଜ ଉଦୟକୁ ଜାରି ରଖି ବିଜେତା ହୋଇଥିଲା । ଜାଡେଜା-ଧୋନିଙ୍କ ନେତୃତ୍ବରେ ଖେଳି ସିଏସ୍କେ କିନ୍ତୁ ୧୪ରୁ ୪ ଜିତି ୧୦ ଦଳ ମଧ୍ୟରେ ନବମରେ ରହି ଲଜ୍ଜିତ ହୋଇଥିଲା ।ଲିଗ୍ ପର୍ଯ୍ୟାୟରେ ଉଭୟ ମୁକାବିଲାରେ ମଧ୍ୟ ପାଣ୍ଡ୍ୟାଙ୍କ ଦଳ ବାଜି ମାରି ନେଇଥିଲା । ଚେନ୍ନାଇ ଏଥର ଭାଗ୍ୟରେ ପରିବର୍ତ୍ତନ କରିବାର ଆଶା ରଖିଛି । ଦଳର ୩ ଅଭିଜ୍ଞ ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ, ରବୀନ୍ଦ୍ର ଜାଦେଜା, ମୋଇନ୍ ଅଲୀଙ୍କ ପ୍ରଭାବ ନିଶ୍ଚିତ ଏହି ଦଳ ପାଇଁ ନିର୍ଣ୍ଣାୟକ ହେବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ କିନ୍ତୁ ଲଗାତାର ଟ୍ରଫି ଜିତି ସିଏସ୍କେ ଓ ମୁମ୍ବାଇ ଇଣ୍ଡିଆନ୍ସ ପଥରେ ଯିବାର ଲକ୍ଷ୍ୟ ରଖିଛି ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ