ନୂଆଦିଲ୍ଲୀ (୨୫.୩.୨୩) : ଆଇପିଏଲ ୨୦୨୩ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ । ଟାଇଟଲ ପାଇଁ ୧୦ଟି ଟିମ୍ ମଧ୍ୟରେ ହେବ ଘମାଘୋଟ ଲଢେଇ । ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସର ମ୍ୟାଚ୍ ସହ ଆରମ୍ଭ ହେବ ଚଳିତ ବର୍ଷର ଆଇପିଏଲ ମହାସମର । ତେବେ ଚଳିତ ଆଇପିଏଲ ନୂଆ ନିୟମ ସହ ଖେଳାଯିବ ।ଯାହା ଆଇପିଏଲକୁ ଆହୁରି ରୋମାଞ୍ଚକର କରିବ । ଏହା କେବଳ ମ୍ୟାଚର ମୋଡ ବଦଳାଇବନି ବରଂ କ୍ରିକେଟପ୍ରେମୀଙ୍କୁ ନୂଆ ଅନୁଭୂତି ଆଣିଦେବ । ତେବେ କେଉଁ ନୂଆ ନିୟମ ଚଳିତ ଆଇପିଏଲରେ ଦେଖିବାକୁ ମିଳିବ ତାହା ଉପରେ ଥରେ ନଜର ପକାନ୍ତୁ ।ଚଳିତ ଆଇପିଏଲରେ ଟସ୍ ପଡିବା ପରେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରିବେ ଅଧିନାୟକ । ଟସ୍ ପଡିବା ବେଳେ ଅଧିନାୟକ ୨ଟି ଲିଷ୍ଟ ସାଙ୍ଗରେ ଧରି ଯିବେ । ଏହାପୂର୍ବରୁ ଟସ୍ ପଡିବା ବେଳେ ଚୂଡାନ୍ତ ଏକାଦଶର ଗୋଟିଏ ଲିଷ୍ଟ ହିଁ ମ୍ୟାଚ୍ ରେଫରୀଙ୍କୁ ଦେବାକୁ ପଡୁଥିଲା । ଆଉ ଏହି ଲିଷ୍ଟକୁ କୌଣସି ପରିସ୍ଥିତିରେ ବଦଳାଇ ଯାଇ ପାରୁନଥିଲା । କିନ୍ତୁ ନୂଆ ନିୟମରେ ଟସ୍ ପଡିବା ପରେ ପରିସ୍ଥିତିକୁ ଦେଖି ଅଧିନାୟକ ନିଜର ଚୂଡାନ୍ତ ଏକାଦଶ ସ୍ଥିର କରିପାରିବେ । ୨ଟି ତାଲିକା ମଧ୍ୟରୁ ଯେକୌଣସି ଗୋଟିଏ ତାଲିକାକୁ ଚୟନ କରିପାରିବେ ଅଧିନାୟକ । ତେବେ ଚୂଡାନ୍ତ ଏକାଦଶର ତାଲିକାରେ ୫ ଜଣ ସବଷ୍ଟିଚ୍ୟୁଟ୍ ଖେଳାଳୀଙ୍କ ନାଁ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାଦ୍ୱାରା ଫ୍ରାଞ୍ଚାଇଜକୁ ନିଜର ସର୍ବଶ୍ରେଷ୍ଠ ଟିମ୍ ଚୟନ କରିବାର ସୁଯୋଗ ମିଳିପାରିବ ।ଆଇପିଏଲ ୨୦୨୩ର ମ୍ୟାଚ୍ ଗୁଡିକୁ ତ୍ରୁଟିଶୂନ୍ୟ କରିବାକୁ ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଥାର୍ତ ଚଳିତ ଆଇପିଏଲରେ ୱାଇଡ ଓ ନୋ ବଲ ପାଇଁ ଡିଆରଏସ ସୁବିଧା ଉପଲବ୍ଧ ହେବ । ଏହାପୂର୍ବରୁ କେବଳ ଆଉଟ ଓ ନଟଆଉଟ ପାଇଁ ଡିଆରଏସ ଲାଗୁ ହେଉଥିଲା । ପୂର୍ବ ସିଜିନ ଗୁଡିକରେ ୱାଇଡ ଓ ନୋ ବଲକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । ଯାହାଦ୍ୱାରା ମ୍ୟାଚର ଫଳାଫଳ ମଧ୍ୟ ବଦଳି ଯାଇଛି । ତେଣୁ ଏହାର ପୁନରାବୃତ୍ତି ଯେପରି ନହେବ ସେଥିପାଇଁ ଏହି ନୂଆ ନିୟମ ଲାଗୁ କରାଯାଇଛି ।ଚଳିତ ଆଇପିଏଲକୁ ଅଧିକ ରୋମାଞ୍ଚକର କରିବ ଇମ୍ପାକ୍ଟ ପ୍ଲେୟାର ନିୟମ ।ଟସ୍ ସମୟରେ ଅଧିନାୟକ ଚୂଡାନ୍ତ ଏକାଦଶ ସହ ଦେଇଥିବା ୫ ସବଷ୍ଟିଚ୍ୟୁଟ୍ ଖେଳାଳୀଙ୍କ ମଧ୍ୟରୁ ଜଣଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ଦଳରେ ସାମିଲ କରାଯାଇପାରିବ । ତେବେ ଏହି ନିୟମର ଫାଇଦା ମ୍ୟାଚର ୧୪ ତମ ଓଭର ମଧ୍ୟରେ ନେଇପାରିବେ ଦଳ । ଏହି ଇମ୍ପାକ୍ଟ ପ୍ଲେୟାର କୌଣସି ଖେଳାଳୀଙ୍କ ବିକଳ୍ପ ଭାବେ ବ୍ୟାଟିଂ ଓ ବୋଲିଂ କରିପାରିବେ । ତେବେ ବର୍ଷା କାରଣରୁ ଯଦି ମ୍ୟାଚ୍ ୧୦ ଓଭର ବିଶିଷ୍ଟ ହୁଏ ତେବେ ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ ହେବ ନାହିଁ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ