ଅଧାରେ ରହିଲା ଧୋନୀଙ୍କ କୁକୁଡା ଫାର୍ମ ସ୍ୱପ୍ନ

ରାଞ୍ଚି, ବର୍ତ୍ତମାନ ଭାରତର କିଛି ରାଜ୍ୟରେ ବାର୍ଡ ଫ୍ଲୁର ଆତଙ୍କ ଦେଖାଦେଇଛି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ଫାର୍ମରେ କଡକନାଥ କୁକୁଡ଼ା ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏନେଇ ମଧ୍ୟପ୍ରଦେଶର ରୁଣ୍ଡିପଡ଼ାରେ ଥିବା ଏକ କୁକୁଡ଼ା ଫାର୍ମରୁ କଡ଼କନାଥ କୁକୁଡ଼ା ପାଇଁ ଅର୍ଡର କରିଥିଲେ । ତେବେ ବାର୍ଡ ଫ୍ଲୁ କାରଣରୁ କଡକନାଥ କୁକୁଡାଙ୍କର ମୃତ୍ୟୁ ଘଟିଛି । ଫାର୍ମ ପରିଚାଳକଙ୍କ କହିବା ଅନୁସାରେ ୫ ଦିନ ମଧ୍ୟରେ ଦେଢ଼ ହଜାରରୁ ଅଧିକ କୁକୁଡ଼ାଙ୍କର  ମୃତ୍ୟୁ  ଘଟିଥିଲା ଏବଂ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ ଫାର୍ମରେ ପହଂଚି ସମସ୍ତ କୁକୁଡ଼ାକୁ ମାରିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଫାର୍ମରେ ଥିବା କୁକୁଡ଼ାମାନଙ୍କୁ ଫାର୍ମ କର୍ମଚାରୀ ମାରି ପୋତିଦେଇଛନ୍ତି ।

Leave A Reply

Your email address will not be published.