ଆଇପିଏଲ ୨୦୨୨ : ଆଜି କୋଲକାତା ବନାମ ପଞ୍ଜାବ

ମୁମ୍ବାଇ-୦୧/୦୪, ଆଜି ଆଇପିଏଲ୍ର ଅଷ୍ଟମ ଲିଗ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗସ । ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ମିନିଟରେ ମ୍ୟାଚ ଆରମ୍ଭ ହେବ। ଉଭୟ ଦଳ ବିଜୟ ହାସଲ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ରଣନୀତି ନେଇ ମଇଦାନକୁ ଓହ୍ଲାଇବେ । ରୟାଲ ଚ୍ୟାଲେଞ୍ଜର୍ସ ଠାରୁ ପରାଜିତ ହେବା ପରେ ନାଇଟ ରାଇଡର୍ସ ପୁଣି ଥରେ ବିଜୟକୁ ଫେରିବାକୁ ଲକ୍ଷ୍ୟ ରଖିଛି । ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷ ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ ପରେ ପଞ୍ଜାବ କିଙ୍ଗ୍ସର ମନୋବଳ ଦୃଢ ରହିଛି। ଦଳର ନୂଆ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ଅଧିନରେ ଯୁବ ପଞ୍ଜାବ କିଙ୍ଗ୍ସ ଦଳ ଭଲ ପ୍ରଦର୍ଶନ କରି ସାରିଛି । ଶିଖର ଧୱନ, ମୟଙ୍କ ଅଗ୍ରୱାଲ୍, ଲାଏମ ଲିଭିଂଷ୍ଟୋନ ଭଳି ବିସ୍ପୋରକ ବ୍ୟାଟର ଦଳରେ ରହିଛନ୍ତି ।
ନାଇଟ ରାଇଡର୍ସ: ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରାହାଣେ, ଶ୍ରେୟାସ ଆୟର(ଅଧିନାୟକ), ନିତିଶ ରାଣା, ସାମ ବିଲିଙ୍ଗ୍ସ, ସେଲଡନ ଜାକସନ, ଆନ୍ଦ୍ରେ ରସେଲ, ସୁନିଲ ନାରାଏନ, ଟିମ ସାଉଦି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ।
ପଞ୍ଜାବ କିଙ୍ଗ୍ସ: ଶିଖର ଧାୱନ, ମୟଙ୍କ ଅଗ୍ରୱାଲ୍(ଅଧିନାୟକ), ଭାନୁକା ରାଜାପାକ୍ସା, ଲାଏମ ଲିଭିଙ୍ଗଷ୍ଟୋନ, ରାଜ ବାୱା, ଶାହରୁଖ ଖାନ, ଓଡିନ ସ୍ମିଥ୍, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂହ, କାଗିସୋ ରାବାଡା, ରାହୁଲ ଚହର ।

Leave A Reply

Your email address will not be published.

nineteen − 5 =