You are currently viewing ଆଇପିଏଲକୁ ଫେରିଲେ ମାଲିଙ୍ଗା

ଆଇପିଏଲକୁ ଫେରିଲେ ମାଲିଙ୍ଗା

ନୂଆଦିଲ୍ଲୀ-୧୧/୦୩, ପାଖେଇ ଆସୁଛି ଆଇପିଏଲ । ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ । ପୁଣି ଥରେ ଆଇପିଏଲକୁ ଫେରିଲେ ମାଲିଙ୍ଗା । ରାଜସ୍ଥାନ ରୟାଲ୍ସ ଆଇପିଏଲ୍-୨୦୨୨ ମ୍ୟାଚ୍ ପାଇଁ ଲାସିଥ ମାଲିଙ୍ଗାଙ୍କୁ ରାଜସ୍ଥାନ ରୟାଲ୍ସର ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି । ରାଜସ୍ଥାନ ରୟାଲ୍ସର ଅଫିସିଆଲ ଟ୍ୱିଟ୍ଟର ହ୍ୟାଣ୍ଡେଲରେ ଏ ସୂଚନା ପ୍ରଦାନ କରାଯାଇଛି । ଗତବର୍ଷ ମାଲିଙ୍ଗା କ୍ରିକେଟରୁ ସନ୍ୟାସ ନେଇଥିଲେ। ମହାମାରୀ କରୋନା ଯୋଗୁଁ ବର୍ଷ ୨୦୨୦ରେ ମଧ୍ୟ ଆଇପିଏଲ୍ ମ୍ୟାଚ୍ ଖେଳିପାରିନଥିଲେ। ତେବେ ଚଳିତ ଲିଗରେ ମାଲିଙ୍ଗା ବୋଲି କୋଚ ରୂପେ ପୁଣିଥରେ ପିଚକୁ ଫେରୁଛନ୍ତି। ମାଲିଙ୍ଗାଙ୍କ ନାଁରେ ଆଇପିଏଲରେ ୧୨୨ଟି ମ୍ୟାଚ୍ ଏବଂ ୧୭୦ଟି ୱିକେଟ୍ ହାସଲ କରିଥିବା ରେକର୍ଡ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।