ଏଏନଏସ : ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଟୋକିଓ ସ୍ବର୍ଣ୍ଣ ପଦକ ବଜାୟ ରଖିପାରିଲେ ନାହିଁ। କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ସ୍ବାଧୀନ ଭାରତର ପ୍ରଥମ ଆଥ୍ଲେଟ୍ ଭାବେ ଦୁଇ ପଦକ ଜିତି ଗୌରବ ରଚିଛନ୍ତି। ଏଥର ଅଲିମ୍ପିକ୍ ଜାଭଲିନ୍ ଫାଇନାଲ୍ କିନ୍ତୁ ଭାରତ-ପାକିସ୍ତାନ ଲଢ଼େଇ ଭଳି ଦୃଶ୍ୟମାନ ହୋଇଥିଲା। ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ୍ ରେକର୍ଡ (୯୨.୯୭ ମିଟର) ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ। ପଡୋଶୀ ପାକିସ୍ତାନର ଏହା ସର୍ବପ୍ରଥମ ଅଲିମ୍ପିକ୍ସ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ହୋଇଛି। ପୂର୍ବରୁ କେବଳ ଦୁଇଟି କାଂସ୍ୟ ଜିତିଥିଲା ପାକିସ୍ତାନ। ପାକିସ୍ତାନ ହକି ଦଳ କିନ୍ତୁ ୩ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ ଜିତିଥିଲା।