You are currently viewing ଦିନିକିଆ ଭାରତ ଅଷ୍ଟ୍ରେଲିଆ ସିରିଜ ଆରମ୍ଭ

ଦିନିକିଆ ଭାରତ ଅଷ୍ଟ୍ରେଲିଆ ସିରିଜ ଆରମ୍ଭ

  • Post category:କ୍ରୀଡା
  • Reading time:1 mins read

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମଧ୍ୟରେ ଆରମ୍ଭ ହେଉଛି ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍ । ଦୀର୍ଘ ୯ ମାସ ପରେ ଟିମ୍ ଇଣ୍ଡିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଆଜି ମଇଦାନକୁ ଓହ୍ଲାଇଛି । ଏହି ସିରିଜରେ ଭାରତୀୟ ଦଳର ଅଧିନାୟକ ହେଉଛନ୍ତି ବିରାଟ କୋହଲି ଏବଂ ଅଷ୍ଟ୍ରେଲିଆ ଦଳର ଅଧିନାୟକ ହେଉଛନ୍ତି ଆରୋନ ଫିଞ୍ଚ । ମ୍ୟାଚରେ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ ।
ଏପର୍ଯ୍ୟନ୍ତ ୬ ୱିକେଟ ବ୍ୟୟରେ ୩୭୪ ରନ କରି ୩୭୫ ରନର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ ।
ଭାରତ: ଶିଖର ଧୱନ୍, ମୟଙ୍କ ଅଗ୍ରୱାଲ୍, ବିରାଟ୍ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର୍, ଲୋକେଶ ରାହୁଲ୍ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ନଭଦୀପ ସାଇନି, ୟୁଜବେନ୍ଦ୍ର ଚହଲ୍, ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା।
ଅଷ୍ଟ୍ରେଲିଆ: ଡେଭିଡ୍ ୱାର୍ଣ୍ଣର୍, ଆରୋନ୍ ଫିଞ୍ଚ୍, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲାବୁଶେନ୍, ମାର୍କସ୍ ଷ୍ଟୋଇନିସ୍, ଆଲେକ୍ସ କ୍ୟାରୀ (ୱିକେଟକିପର), ଗ୍ଲେନ୍ ମ୍ୟାକ୍ସୱେଲ୍, ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ୍ ହେଜଲଉଡ୍।

ଅନ୍ୟମାନଙ୍କୁ ଜଣାନ୍ତୁ।