You are currently viewing ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ହେଲେ ପିଟି ଉଷା

ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ହେଲେ ପିଟି ଉଷା

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ (୨୮.୧୧.୨୨) : ଭାରତୀୟ ଅଲମ୍ପକ ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା । ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହୋଇଛନ୍ତି । ବର୍ତ୍ତମାନର ଆଇନମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ପିଟି ଉଷାଙ୍କୁ ଆଇଓଏର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ସୁନା ଝିଅ ପିଟି ଉଷା ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା। ଆଇଓଏର ବିଭିନ୍ନ ପଦପଦବୀ ହାତେଇଥିବା ଆମ ଦେଶର କ୍ରୀଡ଼ା ହିରୋମାନଙ୍କୁ ମଧ୍ୟ ଶୁଭେଚ୍ଛା।”ହାପୂର୍ବରୁ ପିଟି ଉଷା ଆଇଏଓ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଥିବା କହିଥିଲେ। ତାଙ୍କୁ ସମସ୍ତ ଆଥେଲଟ ଓ ନ୍ୟାଶନାଲ ଫେଡରେସନ ସମର୍ଥନ କରୁଥିବା ମଧ୍ୟ ସେ ସୂଚନା ଦେଇଥିଲେ। ଏବେ ସର୍ବସମ୍ମତିକ୍ରମେ ପିଟି ଉଷା ଆଇଓଏ ସଭାପତି ହୋଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।