You are currently viewing ୩୪ ଟି ସରକାରୀ ସ୍କୁଲର ପରିମଳ ଏବଂ ପାନୀୟ ଜଳ ସୁବିଧା କରିବେ ରାଇନା

୩୪ ଟି ସରକାରୀ ସ୍କୁଲର ପରିମଳ ଏବଂ ପାନୀୟ ଜଳ ସୁବିଧା କରିବେ ରାଇନା

  • Post category:କ୍ରୀଡା
  • Reading time:1 mins read

ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ସୁରେଶ ରାଇନା ଉତ୍ତର ପ୍ରଦେଶ, ଜମ୍ମୁ ଓ ଏନସିଆରର ୩୪ ଟି ସରକାରୀ ସ୍କୁଲକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବେ । ନିଜ ୩୪ତମ ଜନ୍ମ ଦିନ ଅବସରରେ ଏହି ଜନହିତକର କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଇନା । ସୁରେଶ ନିଜ ଝିଅ ନାମରେ ଥିବା ଗ୍ରେସିଆ ଫାଇଣ୍ଡେସନ ମାଧ୍ୟମରେ ସ୍କୁଲ ପିଲାମାନଙ୍କର ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ପାନୀୟ ଜଳ ପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି । ଗ୍ରେସିଆ ରାଇନା ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ରାଇନା ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କ ସହ ଉନ୍ନତ ପାନୀୟ ଜଳ ସୁବିଧା, ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଶୌଚାଳୟ, ହାତ ଧୋଇବା, ଡିସ୍ ୱାଶିଂ ଏବଂ ସ୍ମାର୍ଟ ଶ୍ରେଣୀଗୃହର ଉଦଘାଟନ କରି ଜନ୍ମଦିନ ସପ୍ତାହ ଆରମ୍ଭ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।