You are currently viewing ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ

ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ-୨୯/୦୩, ଆଇପିଏଲ ପଞ୍ଚମ ଲିଗରେ ମ୍ୟାଚ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ମିନିଟରୁ ମ୍ୟାଚ ଆରମ୍ଭ ହେବ। ମ୍ୟାଚ ଜିତିବା ପାଇଁ ନୂଆ ରଣନୀତି ନେଇ ମଇଦାନୁ ଓହ୍ଲାଇବେ ଉଭୟ ଦଳ । ଏଥିର ମେଗାଅକ୍ସନରେ ଅନେକ ବଡ ଖେଳାଳି ଦଳରୁ ବାଦ୍ ପଡିଛନ୍ତି । ରସିଦ ଖାନ୍ ଏଥର ସନରାଇଜର୍ସ ଦଳରେ ନାହାନ୍ତିି । ଭୁବନେଶ୍ୱର କୁମାର, ଟି ନଟରାଜନ ଓ ଉମ୍ରାନ ମଲିକ ଦଳର ପେସ୍ ବୋଲିଂ ବିଭାଗ ସମ୍ଭାଳିବେ । ୱାସିଂଟନ ସୁନ୍ଦର, ମୁଖ୍ୟ ସ୍ପିନର ଭାବେ ଖେଳିବେ । ଏ ବର୍ଷ ରାଜସ୍ଥାନ ରୟାଲ୍ସ ମଧ୍ୟ ସନ୍ତୁଳିତ ଓ ଶକ୍ତିଶାଳୀ ମନେ ହେଉଛି। ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଆର ଅଶ୍ୱିନ ଓ ୟୁଝବେନ୍ଦ୍ର ଚହଲ ବୋଲିଂ ବିଭାଗ ଦାୟିତ୍ୱରେ ରହିଛନ୍ତି । ଜସ ବଟଲର, ଦେବଦତ୍ତ ପାଡ଼ିକଲ, ଯଶସ୍ୱୀ ଜୈସ୍ୱାଲ, ସିମରନ ହେତମେୟର ଓ ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ ବିଭାଗ ସମ୍ଭାଳିବାକୁ ପ୍ରସ୍ତୁତ ।
ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ, ଜୋସ ବଟଲର, ଦେବଦତ୍ତ ପାଡ଼ିକଲ, ସଞ୍ଜୁ ସାମସନ(ଅଧିନାୟକ), ସିମରନ ହେତମେୟର, ରିୟାନ ପରାଗ, ଜେମ୍ସ ନୀଶମ/ନାଥାନ କଲ୍ଟର ନାଇଲ, ରବି ଚନ୍ଦ୍ରନ ଅଶ୍ୱିନ, ୟୁଝବେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା ।
ସନରାଇଜର୍ସ ହାଇଦ୍ରାବାଦ: ରାହୁଲ ତ୍ରିପାଠୀ, ଅଭିଷେକ ଶର୍ମା, କେନ ୱିଲିୟମସନ(ଅଧିନାୟକ), ନିକୋଲାସ ପୂରନ, ଆଡେନ ମାରକ୍ରମ, ଅବଦୁଲ ସମଦ, ୱାସିଂଟନ ସୁନ୍ଦର, ମାର୍କୋ ଜାନସେନ/ରୋମାରିଓ ସେଫର୍ଡ, ଭୁବନେଶ୍ୱର କୁମାର, ଟି ନଟରାଜନ, ଉମ୍ରାନ ମଲିକ ।

ଅନ୍ୟମାନଙ୍କୁ ଜଣାନ୍ତୁ।