You are currently viewing ଶିଖର ଧୱନଙ୍କୁ ମୁହଁତୋଡ ଜବାବ ଦେଲେ ବାପା

ଶିଖର ଧୱନଙ୍କୁ ମୁହଁତୋଡ ଜବାବ ଦେଲେ ବାପା

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ (୧୭.୧୦.୨୨) : ଟିମ ଇଣ୍ଡିଆର ଧୂଆଧାର ବ୍ୟାଟର ଶିଖର ଧୱନ ସାୁଥ ଆଫ୍ରିକା ବିପକ୍ଷ ସିରିଜ ଜିତିବା ପରେ ଏବେ ପରିବାର ସହିତ ସମୟ ବିତାଉଛନ୍ତି । ସାଉଥ ଆଫ୍ରିକା ବିପକ୍ଷ ସିରିଜ ଜିତିବା ପରେ ଏବେ ଶିଖର ଧୱନ ଅଧିନାୟକତ୍ୱ ପଦ ସମ୍ଭାଳିଥିଲେ । ତେବେ ସିରିଜ ଜିତିବା ପରେ ନିଜ ପରିବାରକୁ ସମୟ ଦେଇଥିବା ଶିଖରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଯେଉଁ ଭିଡିଓରେ ସେ ତାଙ୍କ ବାପାଙ୍କ ସହିତ ବାହାଘର ବିଷୟରେ କଥା ହେଉଛନ୍ତି । ଏହି ଭିଡିଓରେ ଶିଖର ତାଙ୍କ ବାହାଘର କଥାକୁ ନେଇ ରାଗୁଥିବା ନଜରକୁ ଆସିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଶିଖର ରଗି ତାଙ୍କ ବାପାଙ୍କୁ କହୁଛନ୍ତି ମତେ ନ ପଚାରି ମୋ ବାହାଘର କିପରି ଠିକ କଲେ । ଏହାର ଜବାବ ଦେଇ ତାଙ୍କ ବାପା କହୁଛନ୍ତି, ଯେମିତି ତତେ ନ ପଚାରି ତତେ ଜନ୍ମ ଦେଇଛି ।

ତେବେ ଏହା କୌଣସି ରିଅଲ ଲାଇଫ ପାଇଁ ନୁହେଁ ରିଲ୍ସ ପାଇଁ ଶିଖର ଏବଂ ତାଙ୍କ ବାପା ଏପରି କରିଛନ୍ତି। ଆଉ ଏହି ରିଲନ୍ସ ଦେଖି ଫ୍ୟାନ୍ସ ମଧ୍ୟ ବେଶ୍‌ ଖୁସି ହେଉଛନ୍ତି। ଆଉ ଧଓ୍ଵନ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ବାପା ଆପଣ ଭଲ୍‌ ଖେଳିଲେ ।

 ଶିଖର ଧଓ୍ଵନ ନିଜ ବ୍ୟାଟିଂ ଷ୍ଟାଇଲ ନୁହେଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ଗତ ବର୍ଷ ପତ୍ନୀ ଆୟଶାଙ୍କୁ ଛାଡପତ୍ର ଦେଇଛନ୍ତି ଧଓ୍ଵନ। ଶିଖର ଧଓ୍ଵନ ୨୦୧୨ରେ ଆୟଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ଆୟଶା ଶିଖରଙ୍କ ଠାରୁ ୧୦ ବର୍ଷ ସାନ। ଆୟଶା ମେଲବର୍ଣ୍ଣରେ ରହୁଥିବା ବ୍ରିଟିଶ ବଙ୍ଗାଳୀ। ଶିଖର ଏବଂ ଆୟଶାଙ୍କର ଏକ ପୁଅ ମଧ୍ୟ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।