You are currently viewing କ୍ରିକେଟର ମହମ୍ମଦ ସାମିଙ୍କୁ ଝଟକା

କ୍ରିକେଟର ମହମ୍ମଦ ସାମିଙ୍କୁ ଝଟକା

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ (24.1.23) : ଟିମ୍ ଇଣ୍ଡିଆର ଦ୍ରୁତବୋଲର ଭାବେ ଜଣା ମହମ୍ମଦ ସାମୀଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ତାଙ୍କ ଠାରୁ ଅଲଗା ହୋଇ ରହୁଥିବା ପତ୍ନୀ ହସୀନ ଜହାଁଙ୍କୁ ମାସିକ ୫୦ ହଜାର ଭରଣପୋଷଣ ଦେବାକୁ ପଡିବ ବୋଲି ରାୟ ଦେଇଛନ୍ତି କୋଲକାତାର ଅଦାଲତ ।ତେବେ କୋର୍ଟଙ୍କ ଏପରି ନିର୍ଦ୍ଦେଶରେ ମହମ୍ମଦଙ୍କ ପତ୍ନୀ ଖୁସି ନାହାଁନ୍ତି । କାରଣ ସେ ମାସିକ ୧୦ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ କୋର୍ଟରେ ଅପିଲ କରିଥିଲେ । ନିଜର ବ୍ୟକ୍ତିଗତ ଖର୍ଚ୍ଚ ଭାବେ ୭ ଲକ୍ଷ ଓ ପୁଅର ଖର୍ଚ୍ଚ ବାବଦରେ ୨ ଲକ୍ଷ, ମୋଟ ମାସିକ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରିଥିବା ଜଣାପଡିଛି । ତେଣୁ କୋଲକାତା କୋର୍ଟ ଦେଇଥିବା ରାୟ ବିରୋଧରେ ହସୀନା ପୁଣି ଉଚ୍ଚ ନ୍ୟାୟାଳୟରେ ଅପିଲ କରିପାରନ୍ତି ବୋଲି କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।