You are currently viewing ପ୍ଲେ ଅଫରେ ସାମିଲ ହେଲା ସନରାଇଜର୍ସ ହାଇଦ୍ରାବାଦ

ପ୍ଲେ ଅଫରେ ସାମିଲ ହେଲା ସନରାଇଜର୍ସ ହାଇଦ୍ରାବାଦ

  • Post category:କ୍ରୀଡା
  • Reading time:1 mins read

ଆଇପିଏଲ 2020 ର 56 ତମ ମ୍ୟାଚ : ସନରାଇଜର୍ସ ହାଇଦ୍ରାବାଦ 10 ୱିକେଟ ଓ 17 ବଲରେ ମୁମ୍ବାଇ ଇଣ୍ଡିଆନସକୁ ପରାସ୍ତ କରି ବିଜୟ ଲାଭ କରିଛି । ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ଇଣ୍ଡିଆନସ ପ୍ରଥମେ ବ୍ୟାଟିଂ କରି 20 ଓଭର, 8 ୱିକେଟ ବ୍ୟୟରେ 149 ରନ କରିଥିଲା । କିରନ ପୋଲାର୍ଡ 41(25), ସୂର୍ଯ୍ୟ କୁମାର ୟାଦବ 36(29) ରନ କରିଥିଲେ । ସନରାଇଜର୍ସ ହାଇଦ୍ରାବାଦ 17.1 ଓଭରରେ 151 ରନ କରି ବିଜୟ ହାସଲ କରିଛି । ମ୍ୟାଚରେ ଡେଭିଡ ୱାର୍ଣ୍ଣର ଓ ରିଦ୍ଧିମାନ ଶାହାଙ୍କ ସୁଦୃଢ ପାର୍ଟନରସିପ ଦେଖିବାକୁ ମିଳିଛି । ଡେଭିଡ ୱାର୍ଣ୍ଣର 85(58), ରିଦ୍ଧିମାନ ଶାହା 58(45) ରନ କରି ହାଇଦ୍ରାବାଦକୁ ଜିତାଇଛନ୍ତି । ସେହବାଜ ନଦିମଙ୍କୁ 2/19(4) ପ୍ଲେୟାର ଅଫ ଦ ମ୍ୟାଚ ସମ୍ମାନ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।