You are currently viewing ବିସିସିଆଇର ୮୯ ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ବିସିସିଆଇର ୮୯ ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

  • Post category:କ୍ରୀଡା
  • Reading time:1 mins read

ଡିସେମ୍ବର ୨୪ ତାରିଖରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ୮୯ ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବିସିସିଆଇ ସେକ୍ରେଟାରୀ ରାଜ୍ୟ କ୍ରିକେଟ୍ ସଂଘଗୁଡ଼ିକୁ ସୂଚନା ଦେଇଛନ୍ତି । ଏହି ବୈଠକରେ ଦୁଇ ପ୍ରତିନିଧିର ନିର୍ବାଚନ, ଜେନେରାଲ୍ ବଡ଼ିରେ ଦୁଇ ପ୍ରତିନିଧିଙ୍କର ଚୟନ ଏବଂ ଭାରତୀୟ କ୍ରିକେଟ୍ ଆସୋସିଏସନରେ ଜଣେ ପ୍ରତିନିଧିଙ୍କର ଚୟନ ଉପରେ ଆଲୋଚନା କରାଯିବ । ଏହା ସହ ଏହି ବୈଠକରେ ନୂଆ ଆଇପିଏଲ ଟିମ ଗଠନ କରିବା ବିଷୟରେ ମଧ୍ୟ ଆଲୋଚନା କରାଯିବ ଏବଂ ଏହା ସହ କ୍ରିକେଟକୁ ଯଥାଶୀଘ୍ର ଅଲିମ୍ପିକ୍ସରେ ସାମିଲ୍ କରିବା ଉପରେ ଆଲୋଚନା ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।