(୧୩.୩.୨୩) : ଭାରତ-ଅଷ୍ଟ୍ରେଲିଆ ଶେଷ ଟେଷ୍ଟ ଡ୍ର ହୋଇଯାଇଛି । ଫଳରେ ଏହି ସିରିଜକୁ ଭାରତ ୨-୧ରେ କବଜା କରିଛି । ଅଷ୍ଟ୍ରେଲିଆର ଦ୍ୱିତୀୟ ଇଂନିସରେ ଟ୍ରାଭିସ ହେଡ୍ ଓ ଲାବ୍ରୁସେନଙ୍କ ଦମଦାର ପାଳି ଫଳରେ ଏହି ମ୍ୟାଚ ଡ୍ର ଆଡକୁ ଗତି କରିଥିଲା । ଏହାସହ ଭାରତକୁ ଡବଲ ଖୁସି ମଧ୍ୟ ମିଳିଛି । ଭାରତ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇଛି । ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ୪୦୮ର ବିଶାଳ ସ୍କୋର କରିଥିଲା । ଏହି ଇଂନିସରେ ଖ୍ୱାଜା ୧୮୦, ଗ୍ରୀନ ୧୧୪ ରନ କରିଥିଲେ । ସେହିପରି ଭାରତ ବି ତାର ପ୍ରଥମ ଇଂନିସରେ ୫୭୧ ରନର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ୧୮୬, ଶୁଭମନ ଗିଲ ୧୨୮ ଓ ଅକ୍ଷର ପଟେଲ ୭୯ ରନ କରିଥିଲେ । ପରେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇଂନିସରେ ୨ ୱିକେଟ ହରାଇ ୧୭୫ ରନ କରି ମ୍ୟାଚ ଡ୍ର ରଖିଥିଲେ ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ