ଆଡିଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ୨୪୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଗତକାଲି ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟଦଳ ୬ ୱିକେଟ୍ ହରାଇ ୨୩୩ ରନ୍ କରିଥିବା ବେଳେ ଆଜି ଆଉ ୪ ୱିକେଟ ହରାଇ ୧୧ ରନ୍ କରିଛି ।
ପ୍ରଥମ ଦିନରେ ବିରାଟ କୋହଲି ସର୍ବାଧିକ ୭୨ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୪୩, ଆଜିଙ୍କ୍ୟ ରାହାଣେ ୪୨, ମୟଙ୍କ ଅଗ୍ରୱାଲ ୧୭ ଓ ହନୁମା ବିହାରୀ ୧୬ ରନ୍ କରିଛନ୍ତି। ଉମେଶ ଯାଦବ ୧୩ ବଲ୍ରୁ ୬ ରନ୍ କରି ଆଉଟ୍ ହୋଇଥିଲେ । ପୃଥ୍ୱୀ ଶ’ ଏବଂ ମହମ୍ମଦ ଶାମି ନିଜର ଖାତା ଖୋଲି ପାରିନାହାନ୍ତି ।
ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ସର୍ବାଧିକ ୪ଟି ୱିକେଟ୍, ପ୍ୟାଟ୍ କମିନ୍ସ ୩ଟି ୱିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆ ଟିମର ବ୍ୟାଟିଂ ଜାରି ରହିଛି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ